ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

୩୨୦ ମ୍ୟାଚ, ୧୫୮ ଗୋଲ୍...୧୫ ବର୍ଷର କ୍ୟାରିୟର, ହକିରୁ ବନ୍ଦନା କଟାରିୟାଙ୍କ ଅବସର ଘୋଷଣା

Published By : Ankita S | April 1, 2025 3:40 PM

ନୂଆଦିଲ୍ଲୀ,୦୧/୦୪ : ଭାରତୀୟ ମହିଳା ହକି ଦଳର ଦମ୍‌ଦାର ଲିଜେଣ୍ଡ ପ୍ଲେୟାର ବନ୍ଦନା କଟାରିୟା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର କ୍ୟାରିୟର, ୩୨୦ରୁ ଅଧିକ ମ୍ୟାଚ ୧୫୮ଟି ଗୋଲ କରି ହକି ଟିମ୍ ପାଇଁ ସୁନାମ ଆଣିଥିବା ବନ୍ଦନା ହକିକୁ ବାଏ ବାଏ କହିଛନ୍ତି । ଭାରତୀୟ ହକି ଇତିହାସରେ ୩୨ ବର୍ଷୀୟ ବନ୍ଦନା ସର୍ବାଧିକ ମ୍ୟାଚ ଖେଳିଛନ୍ତି । ୧୫ ବର୍ଷରେ ସ୍ବର୍ଣ୍ଣିମ କ୍ୟାରିୟରର ଅନ୍ତ ହୋଇଛି ।

୨୦୦୯ରେ ସିନିୟର ହକି ଟିମ୍ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ ବନ୍ଦନା କଟାରିୟା । ୨୦୨୦ ଅଲମ୍ପିକରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ଦଳରେ ସାମିଲ ଥିଲେ । ଅଲମ୍ପିକ୍ସରେ ହ୍ୟାଟ୍ରିକ ଗୋଲ୍ କରିଥିଲେ ବନ୍ଦନା । ଏମିତି କରିବାରେ ସେ ପ୍ରଥମ ଏବଂ ଏକମାତ୍ର ଭାରତୀୟ ମହିଳା ହକି ଖେଳାଳି ହୋଇଥିଲେ । ହରିଦ୍ବାରର ରୋଶନାବାଦର ୩୨ ବର୍ଷୀୟା ଏହି ଫରୱାର୍ଡ ବନ୍ଦନା କଟାରିୟା ଗତ ଫେବୃଆରୀରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏଫଆଇଏଚ ପ୍ରୋ ଲିଗରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ବନ୍ଦନା ତାଙ୍କ କ୍ୟାରିୟରେ ୩୨୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । ୧୫୮ ଗୋଲ ନିଜ ନାମରେ କରିଛନ୍ତି ।  ସେ ୨୦୧୩ ଜୁନିୟର ହକି ବିଶ୍ୱକପ୍‌ ଦଳର ସଦସ୍ୟ ଥିଲେ । ଦଳକୁ ବ୍ରୋଞ୍ଜ ଜିତାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କ୍ୟାରିୟରରେ ବହୁ ସଫଳତା ସେ ପାଇଛନ୍ତି । ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ । ଟୋକିଓରେ ଦଳକୁ ସେମି ଫାଇନାଲରେ ପହଞ୍ଚାଇବାରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା । ସେହିପରି ୨ ଥର ସିନିୟର ହକି ବିଶ୍ୱକପ୍‌, ୩ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୩ ଥର ଏସୀୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । 

ଅଧିକ ପଢନ୍ତୁ...Miami Open: ଅର୍ନ୍ୟା ସାବାଲେଙ୍କା ଚାମ୍ପିଅନ୍, ପ୍ରଥମ ଥର ଜିତି‌ଲେ ଟାଇଟଲ୍

ଅବସର ନେଇ ଘୋଷଣା କରି, ବନ୍ଦନା କଟାରିୟା କହିଛନ୍ତି, ମନ କଷ୍ଟ ଅଛି । ମାତ୍ର କୃତଜ୍ଞ ମନରେ ଅନ୍ତର୍ଜାତୀୟ ହକିରୁ ବିଦାୟ ନେଉଛି । ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ମ୍ୟାଚକୁ ତା ବାଟରେ ଛାଡ଼ିବାର ଏକ ବିକଳ୍ପ । କ୍ୟାରିୟର ଶିଖରରେ ପହଞ୍ଚିବା ପରେ ଅବସର ନେବାକୁ ନିଷ୍ପତ୍ତି ନେଇଛି ।

ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଭାରତୀୟ ହକି ପ୍ରତି ବନ୍ଦନାଙ୍କ ଅବଦାନକୁ ସ୍ମରଣ କରି କହିଛନ୍ତି, ‘ ବନ୍ଦନା କେବଳ ଗୋଲ ସ୍କୋରର ନଥିଲେ, ସେ ଭାରତୀୟ ଆକ୍ରମଣର ମୂଳ ହୃଦସ୍ପନ୍ଦନ ଥିଲେ ।’



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.