ବାଲିଶଙ୍କରା, ୧୭/୪ : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ୍। ଛେଳି ବେପାରୀଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ତଳସରା ଥାନା ଅନ୍ତର୍ଗତ ତଳସରା ପଞ୍ଚାୟତ ବଗିଆବେର୍ଣ୍ଣି ଘାଟି ନିକଟରେ ଲୁଟ୍ ହୋଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ତଳସରା ଥାନା ଅନ୍ତର୍ଗତ ବନଡେଗା ଛେଳି ବଜାରକୁ ରାଜଗାଙ୍ଗପୁରରୁ କିଛି ବେପାରୀ ଛେଳି କିଣିବାକୁ ଏକ କାର୍ ଯୋଗେ ଆସୁଥିଲେ। ବନଡେଗା ପହଞ୍ଚିବା ପୂର୍ବରୁ ତଳସରା ପଞ୍ଚାୟତ ବଗିଆବେର୍ଣ୍ଣି ଘାଟି ନିକଟରେ ୩ଟି ବାଇକ୍ରେ ୭ ରୁ ୮ ଜଣ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। କାର୍ରେ ବସିଥିବା ଛେଳି ବେପାରୀ ରସିଦ କ୍ୟୁରେସି ଏବଂ ଇସମାଇଲ କ୍ୟୁରେସି ପାଖରୁ ଦୁଇ ଲକ୍ଷ ଏକସ୍ତରୀ ହଜାର ଲୁଟି ନେଇଥିଲେ। ଏନେଇ ୨ ବେପାରୀ ତଳସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ତଦନ୍ତ କରୁଛି।
ଏହି ଖବରଟିକୁ ପଢନ୍ତୁ-ବୌଦ୍ଧ ଜିଲ୍ଲାରେ ବଡ଼ ଧରଣର ଅଦଳବଦଳ, ଗୋଟିଏ ଦିନରେ ୧୩୮ ପୋଲିସ କର୍ମଚାରୀଙ୍କୁ ବଦଳି କଲେ ଏସପି