ଭଦ୍ରକ ୧୮/୦୪: ଗତ ୧୪ ତାରିଖରେ ତିହିଡ଼ି ଥାନା ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ସମୟରେ ଡିଜେ ଗାଡ଼ି ରେ ୧୧ କେଭି ତାର ଲାଗି ଦୁଇ ମୃତ ଓ ୧୦ ଗୁରୁତର ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ତିହିଡି ପୋଲିସ । ଏହି ଘଟଣାରେ ପାଟୁଆ ଶୋଭାଯାତ୍ରାରେ ଡିଜେ ଗାଡ଼ି ଯିବା ବେଳେ ଗାଡ଼ିଟି ବିଦ୍ୟୁତ ସ୍ପର୍ଶରେ ଆସିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯିବା ସହ ୧୦ ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।
ଗିରଫ ଦୁଇ ଜଣ ଯୁବକ ହାଟୁଆରୀ ଗ୍ରାମର ବୋଲି ସୁଚନା ମିଳିଛି । ଗ୍ରାମବାସୀ ଡିଜେ ନ ଆଣିବାକୁ କହିଥିବାବେଳେ ଏମାନେ ଅବଜ୍ଞା କରି ଡିଜେ ଆଣିଥିଲେ ବୋଲି କୁହାଯାଉଛି । ତେବେ ଡିଜେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଡିଜେ ଗାଡ଼ିର ସ୍ପିକର୍ ବୋଝେଇ ଟ୍ରଲର ଜବତ କରାଯିବା ସହ ଏହାର ମାଲିକକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।