ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ରୁଙ୍ଗଟା କାରଖାନାରେ ବଡ଼ ଧରଣର ଦୁର୍ଘଟଣା ; ଶ୍ରମିକଙ୍କ ଉପରେ ଖସିପିଡ଼ିଲା ଲୁହା ପ୍ଲେଟ୍, ୨ ମୃତ

Published By : Prameya | April 18, 2025 9:03 PM

ଢେଙ୍କାନାଳ,୧୮/୪ : ଢେଙ୍କାନାଳ ରୁଙ୍ଗଟା କାରଖାନାରେ ବଡ଼ ଧରଣର ଦୁର୍ଘଟଣା । ପ୍ଲାଣ୍ଟର ଡିଆରଆଇ ସାଇଡ଼ରେ ଉପରେ ଇରେକ୍ସନ କାମ ଚଳୁଥିବାବେଳେ ଏକ ବଡ଼ ଲୁହା ପ୍ଲେଟ ତଳକୁ ଖସି ପଡିଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । 

ପ୍ରକାଶ ଯେ, ଆଜି ହଠାତ୍ ଶ୍ରମିକମାନେ କାମ କରୁଥିବା ସମୟରେ ସେମାନଙ୍କ ଉପରେ ଲୁହା ପ୍ଲେଟ୍ ଖସିପଡ଼ିଥିଲା । ସେଠାରେ ଉକ୍ତ ସମୟରେ ୫ଜଣ କାମ କରୁଥିଲେ । ଫଳରେ ସମସ୍ତ ୫ଜଣ ଗୁରୁତ ହୋଇପଡ଼ିଥିଲେ । ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସେମାନଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ସ୍ଥାନୀୟ ମହାଲୁଣ୍ଡା ପଂଚାୟତ ଅନ୍ତର୍ଗତ କନ୍ତାମିଲା ଗ୍ରାମର ଜିତେନ ବେହେରା ଓ ପୁରନ୍ଦର ବେହେରା ବୋଲି ଜଣାପଡ଼ିଛି।

ଅନ୍ୟ ୩ଜଣ ଗୁରୁତର ଶ୍ରମିକଙ୍କ ପରିଚୟ ଜଣାପଡ଼ିନାହିଁ । ଏହି ଘଟଣା ପରେ କାରଖାନାରେ ଦୁର୍ଘଟଣା ଘଟିଥିବା ଡିଆରଆଇ ପ୍ଲାଣ୍ଟ ସାଇଡରେ ଶ୍ରମିକମାନେ କାମ ବନ୍ଦ କରିଛନ୍ତି । ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.