ପୁରୀ,୧୯/୦୪: ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି  କରାଯିବାକୁ ପ୍ରସ୍ତାବ ରହିଛି । ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।  

ଖୁବ୍‌ଶୀଘ୍ର ଏହା ରୂପ ନେବ ଏନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର  ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସେ ସୂଚନା ଦେଇ ସେ  ଆହୁରି କହିଛନ୍ତି, ଭିତର ରତ୍ନଭଣ୍ଡାର(ଭିତର ପାଶ୍ୱର୍) କାମ ପ୍ରାୟ  ସରିଗଲାଣି । ବାହାର ରତ୍ନଭଣ୍ଡାର(ଭିତର ପାଶ୍ୱର୍) କାମ ଚାଲିଛି ।  ବାହାର ଭଣ୍ଡାର ସରିବା ପରେ ଚଟାଣ କାମ ହେବ । ଶିଳ୍ପୀ ଶାସ୍ତ୍ର  ମୁତାବକ ଚଟାଣ ମରାମତି କରାଯିବ । ରତ୍ନଭଣ୍ଡାର ବାହାର ପାଶ୍ୱର୍ର  ମଧ୍ୟ ମରାମତି ଓ ସଂରକ୍ଷଣ ସରିବାକୁ ଯାଉଛି ବୋଲି ସେ କହିଛନ୍ତି ।