ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

Published By : Prameya | April 19, 2025 12:05 PM

ଭୁବନେଶ୍ଵର, ୧୯/୦୪ : ନବୀନଙ୍କ ନବମ ପାଳି। ପୁଣି ଥରେ ବିଜେଡି ମଙ୍ଗ ଧରିଲେ ନବୀନ। ବିଜେଡି ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। ଶନିବାର ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସାଙ୍ଗଠନିକ ନିର୍ବାଚନରେ ନବୀନ ନିର୍ବାଚିତ ହୋଇଛନ୍ତି। 

ସୂଚନାନୁଯାୟୀ, ଶନିବାର ସକାଳ ୧୧ଟାରେ ବିଜେଡି ରାଜ୍ୟ ପରିଷଦ ବୈଠକ ବସିଥିଲା । ୩୫୫ ରାଜ୍ୟ ପରିଷଦ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ନବୀନ ପଟ୍ଟନାୟକଙ୍କୁ ପୁଣି ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଛି। ନବୀନ ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ୯ମ ପାଳିରେ ପୁଣି ସଭାପତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସଭାପତି ଭାବେ ନବୀନ ଦାୟିତ୍ୱ ନେବା ପରେ ନୂଆ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବେ। ଉପସଭାପତି ସଂଖ୍ୟା ବୃଦ୍ଧି ହେବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । 

ଉଲ୍ଲେଖଯୋଗ୍ୟ, ୧୯୯୭ରେ ବିଜେଡି ପ୍ରତିଷ୍ଠା ହେବା ଦିନରୁ ନବୀନ ବିଜେଡି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ଏବେ ସେ ପୁଣି ସଭାପତି ହେବା ପରେ ଆଗ ଭଳି କାର୍ଯ୍ୟ କରିବା ସହଜ ହେବନାହିଁ । ତାଙ୍କୁ ବହୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବାକି ଥିବା ୧୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତିଙ୍କ ନାମ ଘୋଷଣା ହେବ। ନୂଆ ଦାୟିତ୍ୱ ନେବା ପରେ ନବୀନ ଦଳକୁ କି ଆହ୍ୱାନ ଦେବେ ତାହା ଉପରେ ରାଜନୈତିକ ମହଲର ନଜର ରହିଛି ।


ଏହି ଖବରଟିକୁ ପଢନ୍ତୁ-ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌ ସୁନା ଓ ରୁପା ଛାଉଣି ହେବ, ଖୁବ୍‌ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.