ବଡ଼ବିଲ, ୧୮/୪ : ବୈତରଣୀ ନଦୀରେ ବୁଡ଼ି ୨ଛାତ୍ରଙ୍କ ମୃତ୍ୟୁ । ଚମ୍ପୁଆ ସରେଇ ଗାଁ କେଶରୀକୁଣ୍ଡ ଘାଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟଜଣଙ୍କର ମିଳିପାରିନାହିଁ । ଜଣେ ମୃତକ ହେଲେ ଚମ୍ପୁଆ କେରଲା ଇଂଲିଶ ମିଡିୟମ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ନୀତିଶ ପୋଦାର ।
ପ୍ରକାଶ ଯେ, ଶୁକ୍ରବାର ଆଠ ଜଣ ସାଙ୍ଗ ହୋଇ ନଦୀକୁ ଗାଧେଇବାକୁ ଯାଇଥିଲେ । ସେଠାରେ ଦୁଇ ଛାତ୍ରଙ୍କ ପାଣିରେ ବୁଡ଼ି ମତ୍ୟୁ ହୋଇଛି । ଏମାନେ ଚମ୍ପୁଆ ରାମଲାସ୍ଥିତ ଏକ ମେସରେ ରହି ପାଠ ପଢୁଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଦମକଳବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।