ଫିରିଙ୍ଗିଆ,୧୮/୦୪: ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଥାନାରେ ଏତଲା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଅଭିଯୁକ୍ତ ଜଣ ନିକଟସ୍ଥ ଗ୍ରାମର ଅନନ୍ତ କୁଦେଇ ବୋଲି ଜଣାପଡି଼ଛି।
ଏହା ମଧ୍ୟ ପଢନ୍ତୁ- ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ସୂଚନା ଅନୁଯାୟୀ, ପାହିରାଜୁ ପଞ୍ଚାୟତର ଶିଶୁ ଜଣକ ବୁଧବାର ନିଜ ଘରେ ଥିଲେ। ସେହି ସମୟରେ ନିକଟସ୍ଥ ଗ୍ରାମର ଅନନ୍ତ କୁଦେଇ ନାମକ ଜଣେ ଯୁବକ ଆସି ତାକୁ ବିସ୍କୁଟ ଦେବ କହି ନିଜ ମୋଟର ସାଇକେଲରେ ବସାଇ ନେଇ ଯାଇଥିଲା। ଝିଅ ଅନେକ ସମୟ ଧରି ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଗାଁ ପାଖ ନାଳ ନିକଟରେ ଅନନ୍ତ ଓ ତାଙ୍କ ପିଡ଼ୀତା ଝିଅକୁ ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେମାନଙ୍କୁ ଦେଖି ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲା। ପରେ ପିଡୀତାଙ୍କ ମା ଏନେଇ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ। ପୋଲିସ୍ ଅଭିଯୋଗ ଆଧାରରେ ୮୮/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅନନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ସୂଚନା ଦେଇଛନ୍ତି।