ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଅଡୁଆରେ ସନ୍ନି ଦେଓଲଙ୍କ JAAT, ତାରକାଙ୍କ ବିରୋଧରେ ଏତଲା

Published By : Ankita S | April 18, 2025 1:59 PM

ନୂଆଦିଲ୍ଲୀ,୧୮/୦୪: ଅଡୁଆରେ ବଲିଉଡ଼ ଫିଲ୍ମ 'ଜାଟ୍‌' । ଫିଲ୍ମରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଖୀଷ୍ଟଧର୍ମୀ ସମ୍ପ୍ରଦାୟ ଫିଲ୍ମ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଫିଲ୍ମ ଅଭିନେତା ସନ୍ନି ଦେଓଲ, ରଣଦୀପ ହୁଡ୍ଡା ଓ ବିନୀତ କୁମାର ସିଂହଙ୍କ ନାମରେ ଏତଲା ହୋଇଛି । ବିଏନ୍‌ଏସ ଧାରା ୨୯୯ରେ ମାମଲା ରୁଜ୍ଜୁ ହୋଇଛି । ଗୁଡ୍ ଫ୍ରାଇଡ଼େ ଏବଂ ପବିତ୍ର ଇଷ୍ଟ ଭଳି ଦିନରେ ଫିଲ୍ମ ରିଲିଜକୁ ନେଇ କ୍ଷୁବ୍ଧ ହୋଇଥିଲେ ଖ୍ରୀଷ୍ଟଧର୍ମୀ ।

ସନ୍ନି ଦେଓଲ ଏବଂ ରଣଦୀପ ହୁଡ୍ଡାଙ୍କ ଅଭିନୀତ ବଲିଉଡ଼ ଫିଲ୍ମ 'ଜାଟ୍‌' ବିବାଦରେ ଫସିଛି । ଫିଲ୍ମରେ ଦେଖାଯାଇଥିବା ଏକ ଦୃଶ୍ୟକୁ ନେଇ ଖ୍ରୀଷ୍ଟଧର୍ମୀ ସମ୍ପ୍ରଦାୟ କ୍ଷୋଭ ପ୍ରକାଶ କରିଥିଲେ । ଫିଲ୍ମରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଜଲନ୍ଧର ଥାନା ସଦରରେ ଫିଲ୍ମର ଷ୍ଚାର ସନ୍ନି ଦେଓଲ, ରଣଦୀପ ହୁଡ୍ଡା, ବିନୀତ କୁମାର ସିଂହ, ନିର୍ଦ୍ଦେଶକ ଗୋପିଚନ୍ଦ ମାଲିନିନି ଏବଂ ନିର୍ମାତା ନବୀନ ମାଳିନିନିଙ୍କ ନାମରେ ବିଏନ୍‌ଏସ ଧାରା ୨୯୯ରେ( ଧାର୍ମିକ ଭାବନାକୁ ଆଘାତ ଦେବା) ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ହେଲେ ଜଲନ୍ଧରର ଫୋଲଡିବାଲ ଗ୍ରାମବାସୀ ବିକଳ୍ପ ଗୋଲ୍ଡୀ କହିଛନ୍ତି ଏପ୍ରିଲ ୧୦ରେ ପ୍ରେକ୍ଷାଳୟରେ ଫିଲ୍ମ 'ଜାଟ୍' ରିଲିଜ ହୋଇଥିଲା । ଏହାର ଏକ ଦୃଶ୍ୟରେ ରଣଦୀପ ହୁଡ୍ଡାଙ୍କୁ ଚର୍ଚ୍ଚ ଭିତରେ ପବିତ୍ର ପଲ୍ପିଟ ନିକଟରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଠି ଯୀଶଶ୍ କ୍ରାଇଷ୍ଟ କ୍ରାସ ଫଟୋ ରହିଛି । ଏହି ଦୃଶ୍ୟରେ ଚର୍ଚ୍ଚ ଭିତରେ ଗୁଣ୍ଡାଗର୍ଦ୍ଦି ଏବଂ ଧମକାଇବା ପରି ସିନ୍‌ ଦର୍ଶାଇଥିଲା । ଫିଲ୍ମରେ ପ୍ରଭୁ ଯୀଶୁ ସମ୍ପର୍କିତ ଦୃଶ୍ୟକୁ ନକଲ କରାଯାଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ଅପମାନିତ କରାଯାଇଛି ।  

ଅଧିକ ପଢନ୍ତୁ...‘ନୋ ଏଣ୍ଟ୍ରି-୨’ରେ ବିପାଶାଙ୍କ ପତ୍ତା କାଟିଲେ ତମନ୍ନା, ଅର୍ଜୁନ-ବରୁଣଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

 'ଜାଟ୍‌' ଷ୍ଟାରଙ୍କ ନାମରେ ବିଏନ୍‌ଏସ ଧାରା ୨୯୯ରେ ମାମଲା ରୁଜ୍ଜୁ ହୋଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ବିରୋଧ ଜୋରଦାର ହେବ ବୋଲି କହିଛନ୍ତି ଅଭିଯୋଗକାରୀ । ତେବେ ଏ ନେଇ 'ଜାଟ୍‌' ନିର୍ମାତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.