ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଶିକ୍ଷକ ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ୩୫ ଲକ୍ଷ ଠକେଇ ଘଟଣା : ଗୁଜରାଟରୁ ସାଇବର ଠକ ଗିରଫ

Published By : Prameya | April 19, 2025 4:59 PM

ବ୍ରହ୍ମପୁର,୧୯।୪ : କୁକୁଡାଖଣ୍ଡିର ଶିକ୍ଷକ ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ୩୫ ଲକ୍ଷ ଠକେଇ ଘଟଣା। ସାଇବର ଠକକୁ ଗୁଜରାଟରୁ ବାନ୍ଧିଲା ବ୍ରହ୍ମପୁର ପୁଲିସ ।  ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ୩୫ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୁଜରାଟକୁ ଗିରଫ କରିଛି ବ୍ରହ୍ମପୁର ପୁଲିସ।   ଅଭିଯୁକ୍ତ ଜଣକ ହେଲା ରାଜସ୍ଥାନ ଫଳାଉଦି ଜିଲ୍ଲା ନିତରବୋରା ଗ୍ରାମର ଶିଶପାଇ ଓରଫ ସୁବାସ ନାବୁରାମ (୩୧) I 

 ଶିଶପାଇ ଏକ ମାମଲାରେ ଗିରଫ ହୋଇ ଗୁଜରାଟର ଏକ ଜେଲରେ ଥିଲା। ବ୍ରହ୍ମପୁର ପୁଲିସ ସୂଚନା ପାଇବା ପରେ ଏଠାକାର କୋର୍ଟଙ୍କ ଅନୁମତି ନେଇ ଗୁଜରାଟରୁ ତାଙ୍କୁ ବ୍ରହ୍ମପୁର ଆଣିଛି।  ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା । ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି।  ଏହି ସାଇଦର ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ରହିଛି । କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଏକାଉଣ୍ଟକୁ ଫ୍ରିଜ କରା ଯାଇଥିବା ସୂଚନା ଦେଇଛନ୍ତି ଏସପି । ରାଜସ୍ଥାନର ଏକ ଜେଲରେ ଥିବା ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦରାମଙ୍କୁ ରିମାଣ୍ଡରେ ଆଣିବା ପାଇଁ ନ୍ୟାୟିକ ବ୍ୟବସ୍ଥା ଗ୍ରହଣ କରିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

ଜାନୁଆରୀ ୨୦ ତାରିଖରେ କୁକୁଡ଼ାଖଣି ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଶିକ୍ଷକ ସ୍ବାମୀଙ୍କ ନିକଟକୁ ଏକ ଅଜଣା ଫୋନ କଲରେ ଟ୍ରାଇର ଅଧିକାରୀ କହୁଛି ବୋଲି ଜଣାଇବା ସହ ଶିକ୍ଷକଙ୍କ ନାମରେ ଥିବା ମୋବାଇଲ ନମ୍ବର ୨ଘଣ୍ଟା ଭିତରେ ବନ୍ଦ ହୋଇଯିବ ବୋଲି କହିଥିଲା। ଶିକ୍ଷକଙ୍କ ଆଧାରକାର୍ଡ ସହ ଲିଙ୍କ ଥିବା ଏକ ମୋବାଇଲ ନମ୍ବର ରହିଛି ଯାହା ନାମରେ ମହାରାଷ୍ଟ୍ରର ଏକ ପୁଲିସ ଆନାରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ସ୍ୱାମୀ ନାମରେ ୨କୋଟି ୩୮ଲକ୍ଷ ଟଙ୍କା ହେରଫେର ଅଭିଯୋଗ ରହିଛି। ଯେଉଁ କାରଣରୁ ତାଙ୍କ ନାମରେ ଆରେଷ୍ଟ ଅଡର ରହିଛି ବୋଲି ଫୋନ କରିଥିବା ବ୍ୟକ୍ତିଜଣକ କହିଥିଲା । ସାଇବର ଠକମାନେ ୪ଟି ବିଭିନ୍ନ ମୋବାଇଲ ନମ୍ବରରୁ ତାଙ୍କ ନିକଟକୁ ଭିଡିଓ କଲ କରି ଜଣେ ପୁଲିସ ଅଧୀକାରୀ, ଜଣେ ନକଲି ସୁପ୍ରିମ କୋର୍ଟ ଜଜ ଭିଡିଓ କଲରେ ଆସି ଉପରୋକ୍ତ ମାମଲା ସମ୍ପର୍କରେ କହିଥିଲେ। ଶିକ୍ଷକ ଦମ୍ପତିଙ୍କୁ ହରାଇ ଡିଜିଟାଇ ଆରେଷ୍ଟ କରି ରଖୁଥିଲେ । ଏପରିକି ଉଭୟଙ୍କ ବ୍ୟାଙ୍କ ଆକାଇଣ୍ଡରରେ ଥିବା ସମସ୍ତ ଟଙ୍କା ତାଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇବାକୁ କହିଥିଲେ।

 ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଆନାରେ ଏକ ମାମଲା(୧୨/୨୫) ରୁଜୁ ହୋଇଥିଲା । ଏହି ମାମଲାଇ ତଦନ୍ତ ବେଳେ ସାଲବର ଥାନା ପୁଲିସ ଅଭିଯୁକ୍ତ ଶିଶୁପାଇଙ୍କ ସଂପୃକ୍ତି ଥିବା ଜାଣିବାକୁ ଯାଇଥିଲା । ତେବେ ତଥ୍ୟ ହାସଲ ବେଳେ ସେ ଗୁଜରାଟର ଜେଲରେ ଥିବା ଜଣାପଡ଼ିଥିଲା। ସେହିକ୍ରମରେ ତାକୁ ବ୍ରହ୍ମପୁର ଆଣିବା ଦିଗରେ ୱାରେଣ୍ଟ ଜାରି କରିବାକୁ ବ୍ରହ୍ମପୁର ପୁଲିସ ଏଠାକାର ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା । ସେହି ୱାରେଣ୍ଟ ବଳରେ ବ୍ରହ୍ମପୁର ପୁଲିସର ଏକ ଟିମ୍ ଗୁଜରାଟ ଯାଇ ଅଭିଯୁକ୍ତଙ୍କୁ ଆଣିବାରେ ସଫଳ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.