ଗୋପାଳପୁର, ୧୪/୪ : ଗୋପାଳପୁର ନିକଟସ୍ଥ ବର୍ଜିସପେଣ୍ଠ ଠାରେ ଆଜି ମା' ଦକ୍ଷିଣ କାଳୀ ମନ୍ଦିରର ଭୂମୀ ପୂଜା ହୋଇଛି। ଗତ ମାସ ୨୯ ତାରିଖରେ କରାପଲ୍ଲୀ ଗୋପାଳପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ଗ୍ରାମର ପୋଖରୀରୁ ସେହି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ଏକ ପିତଳ ସର୍ପ ଏବଂ ୨ଟି କୋହଲ୍ଲା ମିଳିଥିଲା। ପରେ ଗ୍ରାମରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମା'ଙ୍କୁ ଏଠାରେ ସ୍ଥାପନ କରି ପୂଜା କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଆଜି ସନ୍ତୋଷ ଓ ଗ୍ରାମର ବହୁ ଲୋକ ଉପସ୍ଥିତ ରହି ଏଠାରେ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମୀ ପୂଜା କରିଥିଲେ। ମନ୍ଦିର ପ୍ରତିଷ୍ଠା ପରେ ନିୟମ ଅନୁସାରେ ପୂଜାବିଧି ସହ ମେରୁ କରାଯିବ ବୋଲି ସନ୍ତୋଷ କହିଛନ୍ତି।

ମୁର୍ସିଦାବାଦ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କୁ...