ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଝାରସୁଗୁଡ଼ାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚିତ

Published By : Prameya | April 15, 2025 8:49 PM

ଝାରସୁଗୁଡ଼ା, ୧୫।୪ : ଝାରସୁଗୁଡ଼ାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ‘ପଠନ ପାର୍ବଣ’ ପୁସ୍ତକକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର  ଉନ୍ମୋଚିତ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ଦ୍ୱିଭାଷୀ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଖନ କୌଶଳ ଓ ପଠନ ଗୁଣବତ୍ତାକୁ ବୃଦ୍ଧି କରିବା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ‘ପଠନ ପାର୍ବଣ’ ପୁସ୍ତକ ପ୍ରସ୍ତୁତ କରାଯାଇଛି। 

ସେ କହିଛନ୍ତି ଯେ ଓଡ଼ିଶାର ପଶ୍ଚିମାଞ୍ଚଳରେ କଥିତ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡାଯିବା ଦିଗରେ ଆଜି ଏକ ନୂଆ ସେତୁବନ୍ଧ ତିଆରି ହୋଇଛି । ‘ସମ୍ବଲପୁରୀ ଭାଷା ଶିକ୍ଷା’ ପୁସ୍ତକ ଦ୍ୱାରା ଆମର ସ୍ଥାନୀୟ ଅଞ୍ଚଳର ପିଲାମାନେ ସମ୍ବଲପୁରୀ - କୋଶଲି ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହିତ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖିପାରିବେ । କଥନ ସହିତ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିପାରିବେ ।  

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ପୁସ୍ତକ ପଠନ ଅଭ୍ୟାସକୁ ବୃଦ୍ଧି କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପଠନ ପାର୍ବଣ’ ଆରମ୍ଭ ହୋଇଥିଲା । ଏହି ପଠନ ପାର୍ବଣ ଅଭିଯାନ ଗତ ବର୍ଷ ୧୮ ନଭେମ୍ବର ୨୦୨୪ରୁ ଆରମ୍ଭ ହୋଇ ୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଚାରୋଟି ବର୍ଗରେ ପ୍ରଥମରୁ ତୃତୀୟ, ଚତୁର୍ଥରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥିଲା ।  ପିଲାମାନଙ୍କୁ ବିଭିନ୍ନ ପୁସ୍ତକ ପଢି ତାହାକୁ ସାଂରାଶରେ ଲେଖିବା ପାଇଁ   କୁହାଯାଇଥିଲା । ପିଲାମାନେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏକ ପୁସ୍ତକ ପଢି ତାହାର ସାରାଂଶ ପ୍ରସ୍ତୁତ କରୁଥିଲେ, ଯାହାକୁ ନେଇ ଏକ ପୁସ୍ତକ ଆଜି ଲୋକାର୍ପିତ ହୋଇଛି । ପଠନ ପାର୍ବଣ ଭଳି କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ୫୬,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ବହି ପଢିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ନବସୃଜନ ଚିନ୍ତାଧାରା ବୃଦ୍ଧି ହେଉଥିବା ସେ କହିଛନ୍ତି । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେବା ପରେ ଝାରସୁଗୁଡ଼ା ସମେତ ସମଗ୍ର ଭାରତବର୍ଷରେ ଶିକ୍ଷଣ ଫଳାଫଳ ବୃଦ୍ଧି ହୋଇଛି । ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମଗ୍ର ଶିକ୍ଷା ଅଭିଯାନରେ ଡ୍ରପ୍ ଆଉଟ ହ୍ରାସ କରିବା ତଥା ସବୁ ବର୍ଗର ପିଲାମାନଙ୍କୁ ସ୍କୁଲକୁ ଆଣିବା ମୂଳ ଉଦ୍ଦେଶ୍ୟ ରହିଛି ।   ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କର ଶିକ୍ଷଣ ଫଳାଫଳ ଜାତୀୟ ସ୍ତର ଠାରୁ ଅଧିକ ହୋଇଛି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଚାଷୀ ପରିବାରର ଝିଅ ପ୍ରୀତି ବିଶ୍ୱାଳଙ୍କ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି । 

 ଆଜି ଭାଷା ସବୁଠୁ ବଡ ବିଷୟ ହୋଇଛି । ସ୍ୱଭାବ କବି ଗଙ୍ଗାଧର ମେହେର ସମ୍ବଲପୁରୀ ଭାଷାରେ କଥା ହେଉଥିଲେ ମଧ୍ୟ ଓଡ଼ିଆରେ କବିତା ଲେଖୁଥିଲେ । ବ୍ୟାସକବି ଫକୀରମୋହନ ସେନାପତି ବାଲେଶ୍ୱରର କଥିତ ଭାଷାରେ କଥା କହୁଥିଲେ ମଧ୍ୟ ଓଡ଼ିଆ ଭାଷାରେ ଉପନ୍ୟାସ ଲେଖୁଥିଲେ ।  ରାମାୟଣର ଭାଷା ଅଲଗା ହୋଇ ପରେ କିନ୍ତୁ ତାହାର ଭାବ ଅର୍ଥ ଗୋଟିଏ । ପ୍ରଧାନମନ୍ତ୍ରୀଙ୍କ ମତରେ ସବୁ ଭାରତୀୟ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା । ଆଜି ବିଶ୍ଵର ଅନେକ ଦେଶର ବିକାଶ ହୋଇଛି ଇଂରାଜୀ ଭାଷା ପାଇଁ ନୁହେଁ ତାହାର ଆଞ୍ଚଳିକ ଭାଷା ପାଇଁ । ପିଲାମାନଙ୍କର ସାମାଜିକ ଓ ଜ୍ଞାନାତ୍ମକ ବିକାଶ ଭାଷାରେ ହିଁ ସମୃଦ୍ଧ ହୁଏ । ଜନ୍ମବେଳୁ ପିଲାମାନେ ଯେଉଁ ଭାଷାରେ ପାଠ ପଢନ୍ତି, ସେହି ଭାଷାରେ ପଢିଲେ ଏବଂ ଲେଖିଲେ ସେମାନଙ୍କର ସୃଜନଶୀଳ ଶକ୍ତି ବୃଦ୍ଧି ହୋଇଥାଏ । ମାତୃଭାଷାରେ ପିଲାମାନେ  ଛୋଟବେଳୁ ପାଠ ପଢିଲେ ହିଁ ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ନୂଆପିଢିର ନେତୃତ୍ୱ ତିଆରି ହେବେ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସମ୍ବଲପୁରୀ ଭାଷା ପ୍ରାଇମରର ଶୁଭାରମ୍ଭ କରି ଭାଷାକୁ ସମ୍ମାନ ଦେବା ଦିଗରେ ଏକ ବଡ ରେଖା ଟାଣିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ଓ ବିକାଶ ପରିଚାଳନା ସମିତିକୁ ଏହି ଉଦ୍ୟମକୁ ସଫଳ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । 

 ଏହି ଉନ୍ମୋଚନ ସମାରୋହରେ ଓଡ଼ିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.