ଭୁବନେଶ୍ବର: ଓଡିଶାରେ ଦେଖା ଦେଇଥିବା କ୍ରୀଡ଼ାବିଦ ମାନଙ୍କର ଅଭାବକୁ ଦୂର କରିବା ପାଇଁ ହାଇଟେକ ଶିକ୍ଷା ସମୂହ ଅନୁଷ୍ଠାନ ହାଇଟେକ ମେଡିକାଲ କଲେଜର ନିଆରା ଉଦ୍ୟମ । ହସ୍ପିଟାଲ ପରିସରସ୍ଥ ଷ୍ଟାଡ଼ିୟମ ମଧ୍ୟରେ ଚଳିତ ଏପ୍ରିଲ ମାସ ୨୦ ତାରିଖରୁ ମେ ୬ ତାରିଖ ପର୍ୟ୍ୟନ୍ତ ଏକ ଗ୍ରୀଷ୍ମ କାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏହା ଓଡିଶାର ଲବ୍ଧ ପ୍ରତିଷ୍ଠିତ କ୍ରୀଡ଼ାବିଦ ଓ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଯାଉଛି। ଏଥିରେ ଓଡିଶା କୋଣ ଅନୁକୋଣରୁ ତଥା ଇଂଲଣ୍ଡ, ଲଣ୍ଡନ, ଅଷ୍ଟ୍ରେଲିଆ, ଆମେରିକା ଭଳି ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ସ୍ତରରୁ ବିଦ୍ୟାର୍ଥୀ ମାନେ ଯୋଗ ଦେଉଛନ୍ତି ବୋଲି ହାଇଟେକ ଶିକ୍ଷା ସମୂହ ଅନୁଷ୍ଠାନର କ୍ରୀଡା ନିର୍ଦେଶକ ଲଳିତେନ୍ଦୁ ମହାନ୍ତି ଜଣାଇଛନ୍ତି। ଏହି ଅବସରରେ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଅଧକ୍ଷ ଡ଼ ଚିତ୍ତରଞ୍ଜନ ସାହୁ କ୍ରୀଡ଼ା ସହିତ ଶିକ୍ଷାର ସମ୍ପର୍କ ଅତ୍ୟନ୍ତ ନିବିଡ ଏବଂ ଜଣେ କ୍ରୀଡ଼ାବିଦ ଭଲ ବିଦ୍ୟା ଅଧୟନ କରି ପାରେ ଏବଂ ଜଣେ ମେଧାବୀ ଛାତ୍ର କ୍ରୀଡ଼ଖେତ୍ରରେ ପାରଦର୍ଶିତା ଲାଭ କରି ପାରିବା ସହିତ ଶାରୀରିକ ଦକ୍ଷତା ବୃଦ୍ଧି ପାଏ ବୋଲି ଜଣାଇଥିବା ବେଳେ ହାଇଟେକ ପବ୍ଲିକ ସ୍କୁଲ ରେ ଅଧକ୍ଷା ରୀତା ତ୍ରିପାଠୀ ମହୋଦୟା ଜଣାଇଛନ୍ତି ଯେ , ପିଲାଟି ସମୟରୁ ଏମାନଙ୍କୁ କ୍ରୀଡା ଶିକ୍ଷା ପ୍ରତି ଆଦର୍ଶ ପ୍ରକାଶ କରାଇଲେ ପରବର୍ତୀ ସମୟରେ ସେମାନେ ଜଣେ ଉଚ ଡ଼ିଗ୍ରୀ ଧାରୀ ବିଦ୍ୟାର୍ଥୀ ସହ ଜଣେ ଦକ୍ଷ କ୍ରୀଡ଼ାବିଦ ହୋଇ ପାରିବେ ଏବଂ ଏହା ଦ୍ୱାରା ଆମ ଓଡ଼ିଶାରେ ଦେଖା ଯାଉଥିବା କ୍ରୀଡ଼ାବିଦ ମାନଙ୍କର ଅଭାବ ଦୂର ହୋଇ ପାରିବ। ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ମୁଖ୍ୟ କାର୍ୟ୍ୟକାରୀ ଅଧିକାରିଣୀ ଶକ୍ତିମୟୀ ପାଢ଼ୀ ଯୋଗଦେଇ ଶିକ୍ଷକ, ଶିକ୍ଷାୟତନ ଏବଂ କ୍ରୀଡ଼ାବିଦ ମାନଙ୍କର ସମ୍ପର୍କ କୁ ଭଲ ଭାବରେ ବୁଝାଇଛନ୍ତି ଏବଂ ହାଇଟେକ ଶିକ୍ଷା ସମୂହ ଅନୁଷ୍ଠାନର କ୍ରୀଡା ନିର୍ଦେଶକ ଲଳିତେନ୍ଦୁ ମହାନ୍ତି,ଏହି କାର୍ୟ୍ୟକ୍ରମ ଆଗାମୀ ଦିନରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବା ବୋଲି ଦର୍ଶାଇଛନ୍ତି। ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼ ଚିତ୍ତରଞ୍ଜନ ସାହାଣୀ ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିବା ବେଳେ ସମସ୍ତ ବୈଦ୍ୟୁତିକ ଏବଂ ଛାପ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇ ଏହି ଖବରକୁ ପ୍ରଚାର ପ୍ରସାର କରାଇ ଓଡିଶା ରେ ଶିକ୍ଷା କ୍ରୀଡାର ମାନ ବୃଦ୍ଧି କରିବାପାଇଁ ନିବେଦନ କରିଥିଲେ।

ମୁର୍ସିଦାବାଦ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କୁ...