ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଖୋଳି ପଳାଇଲା କମ୍ପାନି, ଗଣ୍ଡମୁଣ୍ଡା-ଖଣ୍ଡଗିରି ରାସ୍ତା ମରଣଯନ୍ତା

Published By : Prameya | April 15, 2025 2:16 PM

ଭୁବନେଶ୍ୱର,୧୫/୦୪ : ଗଣ୍ଡମୁଣ୍ଡା-ଜାଗମରା ରାସ୍ତାରେ ବିରାଟ ଗାତ। ରାସ୍ତା ତଳକୁ ଦବିଯାଇଛି। ପ୍ରତିଦିନ ଦୁର୍ଘଟଣା ଘଟୁଛି। ଦିନେ କି ଦୁଇ ଦିନ ନୁହେଁ, ୨ ମାସ ହେଲାଣି ରାସ୍ତାରେ ଏମିତି ଗାତ ହୋଇଛି। ଏଥିପ୍ରତି ପୂର୍ତ୍ତ ବିଭାଗର ନିଘା ନାହିଁ । ବିଦ୍ୟୁତ ବିତରକ କମ୍ପାନୀ ରାସ୍ତା ଖୋଳି ପଳାଇଛି । ଜାଗମରାରୁ-ଖଣ୍ଡଗିରି ରାସ୍ତାରେ ଘରୋଇ ବିଦ୍ୟୁତ ବିତରକ କମ୍ପାନି ରାସ୍ତା ଖୋଳିଲା । କେବଳ ସର୍ତ୍ତ ପୂରଣ କରିବାକୁ ଖୋଳା ଯାଇଥିବା ସ୍ଥାନରେ କଂକ୍ରିଟ ପକାଇଲା । ମାତ୍ର ଉକ୍ତ କଂକ୍ରିଟକୁ ରାସ୍ତା ସହିତ ସମତୁଲ କରାଗଲା ନାହିଁ । ରାସ୍ତା ମଝିରେ ହିଡ଼ ଭଳି ରହିଛି କଂକ୍ରିଟ । ଏବେ ସେଥିରୁ ଅଧା କଂକ୍ରଟି ଦବିଗଲାଣି ତ ପୁଣି କେଉଁଠି ରାସ୍ତାରେ ହମ୍ପସ୍‌ ଭଳି କଂକ୍ରିଟ୍‌ ଗଦା ହୋଇ ରହିଛି । ଯେଉଁଥି ପାଇଁ ଉକ୍ତ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । 

ନିୟମ ଅନୁସାରେ ରାସ୍ତା ଖୋଳିବା ପୂର୍ବରୁ ପୂର୍ତ୍ତ ପାଖରେ ଟଙ୍କା ଦାଖଲ ହେବ । ଏହା ପରେ ପୂର୍ତ୍ତ ବିଭାଗ ରାସ୍ତା ଖୋଳିବାକୁ ଅନୁମତି ଦେବ । ରାସ୍ତାରେ କେବୁଲ ବିଛା ସରିବା ପରେ ରାସ୍ତା ମରାମତି କରିବ । ହେଲେ ସଂପୃକ୍ତ ସଂସ୍ଥା ମରାମତି ନାଁରେ ରାସ୍ତା ମଝିରେ କେବଳ ଦୁଇଧାର କଂକ୍ରିଟ୍‌ ପକାଇ ଛୁ ମାରିଲା । ତେବେ ରାସ୍ତା ମରାମତି ହୋଇଛି କି ନାହିଁ ତାହା ଯାଞ୍ଚ ନକରି ପୂର୍ତ୍ତ ବିଭାଗ କାହିଁକି କମ୍ପାନିର ସିକ୍ୟୁରିଟି ଟଙ୍କା ଫେରାଇଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଂକ୍ରିଟ୍‌ ଏବେ ଦବିଗଲାଣି । ରାସ୍ତାରେ ବିରାଟ ଖାଲ ଆଁ କରିଛି । ଗଣ୍ଡମୁଣ୍ଡା ପଟୁ ଆସୁଥିବା ଗାଡ଼ିଚାଳକ ମାନେ ଟିକିଏ ଅନ୍ୟମନସ୍କ ହେଲେ ଗାତରେ ପଡୁଛିନ୍ତି । ଖାଲି ଏତିକି ନୁହେଁ, ରାସ୍ତାରେ ଖାଲ ଯୋଗୁଁ କାର ଏବଂ ବଡ ଗାଡିର ବମ୍ପର ବାଜୁଛି । ଏହା ସହ ରାସ୍ତା ଖରାପ ଯୋଗୁଁ ଟ୍ରାଫିକ ଜାମ ମଧ୍ୟ ହେଉଛି । ବିଏମ୍‌ସି ପକ୍ଷରୁ ରାସ୍ତା ଖୋଳତାଡ ଉପରେ ରୋକ ଲଗାଇଥିଲା । ଅତି ଜରୁରୀ ନଥିଲେ ରାସ୍ତା ଖୋଳିବାକୁ ଅନୁମତି ନଦେବାକୁ କୁହାଯାଇଥିଲା । ହେଲେ ସେହି ଗୋଟିଏ ରାସ୍ତାକୁ ପ୍ରଥମେ ୱାଟ୍‌କୋ ଖୋଳିଥିଲା । ରାସ୍ତା ୱାଟ୍‌କୋ ମରାମତି କରିଥିଲା । ତାର କିଛିଦିନ ପରେ ପୁଣି ଏକ ଘରୋଇ ବିଦ୍ୟୁତ୍‌ ବିତରକ କମ୍ପାନି ରାସ୍ତା ଖୋଳିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.