ଜଳେଶ୍ବର,୧୫।୪ : ଘର ପାଖରେ ଖେଳୁଥିବା ବେଳେ ପୋଖରୀରେ ପଡିଗଲେ ୨ ଭଉଣୀ। ପାଣିରେ ବୁଡି ୨ ଭଉଣୀଙ୍କ ଚାଲିଗଲା ଜୀବନ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ୨ ଭଉଣୀ ହେଲେ ସେକ ତାଇରୁଦ୍ଦିନ ଏବଂ ସେକ ନଜିମଉଦ୍ଦିନଙ୍କ ଦୁଇ ନାବାଳିକା ଝିଅ। ଉଭୟଙ୍କ ବୟସ ୬ ବର୍ଷ ହେବ।
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକରେ ସେକ ତାଇରୁଦ୍ଦିନ ଏବଂ ସେକ ନଜିମଉଦ୍ଦିନ ଦୁଇ ଭାଇ ରୁହନ୍ତି। ଉଭୟଙ୍କ ଦୁଇ ଝିଅ ଘର ପାଖରେ ଖେଳୁଥିଲେ। ପରିବାର ଲୋକଙ୍କ ଅଜାଣତରେ ଘର ପଛ ପାଖରେ ଥିବା ଗଡ଼ିଆରେ ସେମାନେ ବୁଡି ଯାଇଥିଲେ। ୨ ଝିଅକୁ ନ ପାଇ ପରିବାର ଲୋକ ଖୋଜାଖୋଜି କରିଥିଲେ। ଦୁଇ ଭଉଣୀଙ୍କ ପାଣିରେ ଭାସୁଥିବା ଦେଖି ପରିବାର ଲୋକ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।