ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଥାନାରେ ପରିଣତ ହେବ ଅଯୋଧ୍ୟା ଫାଣ୍ଡି !

Published By : Prameya | April 12, 2025 9:50 AM

ନୀଳଗିରି,୧୨/୪ : ନୀଳଗିରି ଥାନା ଅଧିନରେ ଥିବା ଅଯୋଧ୍ୟା ଫାଣ୍ଡି ଥାନାରେ ପରିଣତ ହେବ। ଏନେଇ ବାଲେଶ୍ଵର ସାଂସଦ ଦେଇଥିବା ଏକ ପ୍ରସ୍ତାବରେ ଏବେ ତଦନ୍ତ ହେବ। ଏନେଇ ଡିଜି ବାଲେଶ୍ଵର ଏସପିଙ୍କୁ ଏକ ନିର୍ଦ୍ଦଶନାମା ଦେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଅଯୋଧ୍ୟା ଅଞ୍ଚଳରେ ଥିବା ଫାଣ୍ଡି ଭଉଁରିଆବାଡ଼, ଅଯୋଧ୍ୟା, କାଂଶ, ନରସିଂହପୁର, ମଛୁଆ ଭଳି ପଞ୍ଚାୟତର ହଜାର ହଜାର ପରିବାରଙ୍କ ସମସ୍ୟାର ସମାଧାନ କରିଆସୁଛି। ଖାଲି ସେତକ ନୁହେଁ ସୋନ ନଦୀରେ ବାଲି ଚୋରି, ପାଖରେ ଥିବା ପଥର ଓ ମୋରମ ଲୁଟ ହେଉଥିବା ବେଳେ ସୀମାନ୍ତ ଜିଲ୍ଲା ମୟୁରଭଞ୍ଜରୁ ଚୋରାକାଠ ଓ ମଦ ଚାଲାଣ ହେଉଛି। ଆଇନ ଶୃଙ୍ଖଳା ସଜାଡ଼ିବା ପାଇଁ ଅଯୋଧ୍ୟାରେ ଫାଣ୍ଡିରେ କର୍ମଚାରୀ ଅଭାବ ଥିବାରୁ ବେଇଆନ କାର୍ଯ୍ୟ ରୋକିବାରେ ବିଫଳ ହୋଇଛି। ସେହିପରି ହିତାଧିକାରୀମାନେ ଫାଣ୍ଡିରେ ସେଭଳି ନ୍ୟାୟ ପାଇ ପାରୁ ନାହାଁନ୍ତି। ସେମାନଙ୍କୁ ନୀଳଗିରି ଥାନାକୁ ଯିବାକୁ ପଡୁଛି। ତେଣୁ ଅଯୋଧ୍ୟା ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗତ ମାର୍ଚ୍ଚ ମାସ ୭ ତାରିଖରେ ରାଜ୍ୟ ସରକାର ଓ ପୋଲିସ ଡିଜିଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜି ଏହି ଘଟଣାକୁ ଗୁରୁତର ସହ ନେଇ ବାଲେଶ୍ଵର ଏସପିଙ୍କୁ ତୁରନ୍ତ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଯୋଧ୍ୟା ଅଞ୍ଚଳରେ ଜନସଂଖ୍ୟା ଓ ଆଖପାଖ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ଅଯୋଧ୍ୟା ଫାଣ୍ଡିକୁ ଥାନାରେ ରୂପାନ୍ତର କରିବାକୁ ବହୁଦିନରୁ ଦାବି ହୋଇ ଆସୁଥିଲା।

ଏହି ଖବରଟିକୁ ପଢନ୍ତୁ- ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.