ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ଶ୍ରୀଜଗନ୍ନାଥ ବିମାନବନ୍ଦର ଜମି ଅଧିଗ୍ରହଣ ଜନଶୁଣାଣି: ଷଣ୍ଢପୁର ମୌଜାରୁ ୨୫ ଅଭିଯୋଗ, ୧୮ ମତାମତ

Published By : Prameya | April 12, 2025 2:07 PM

ପୁରୀ, ୧୨/୦୪: ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ  ଆବଶ୍ୟକ ବେସରକାରୀ ଜମି ଅଧିଗ୍ରହଣ  ନିମନ୍ତେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଷଣ୍ଢପୁର  ମୌଜା ନିମନ୍ତେ ଗୋରୁଆଳ ପଞ୍ଚାୟତର  ଷଣ୍ଢପୁର ମଙ୍ଗଳାମଣ୍ଡପ ନିକଟରେ ଜନଶୁଣାଣି  ହୋଇଥିଲା । ଏଠାରେ ୨୫ ଲିଖିତ ଅଭିଯୋଗ  ଓ ୧୮ ମୌଖିକ ମତାମତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶରତ ଚନ୍ଦ୍ର ବେହେରାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ  ଉପଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ  ପ୍ରମୁଖ ଯୋଗଦେଇଥିଲେ । ଜମି ଅଧିଗ୍ରହଣ  ନିମନ୍ତେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା  କ୍ଷତିପୂରଣ ରାଶି(ଚିଠା ପ୍ରସ୍ତାବ) ନିଷ୍ପତ୍ତିକୁ  ଅନେକ ବିରୋଧ କରିଥିଲେ । କିଛି ଲୋକ  ୪ରୁ ୫ ଗୁଣା ଅଧିକ କ୍ଷତିପୂରଣ ପାଇବାକୁ  ଦାବି କରିଥିବା ବେଳେ କିଛି ଉଚିତ୍‌ କ୍ଷତିପୂରଣ  ଦାବି ରଖିଥିଲେ । 

ଜମି ଅଧିଗ୍ରହଣ ନିମନ୍ତେ  ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା  ଚିଠା ପ୍ରସ୍ତାବ ମୁତାବକ ଦିଆଯାଉଥିବା  କ୍ଷତିପୂରଣକୁ ବିରୋଧ କରାଯାଇଥିବାରୁ  ଏବାବଦରେ ସରକାରଙ୍କୁ ଜିଲ୍ଲା ପ୍ରଶାସନ  ଜଣାଇବ । ସରକାରଙ୍କ ନିଷ୍ପତ୍ତିକ୍ରମେ କ୍ଷତିପୂରଣ  ଦିଆଯାଇ ଜମି ଅଧିଗ୍ରହଣ କରାଯିବ । ସରକାରୀ ନିୟମ ମୁତାବକ ଜନଶୁଣାଣିରେ  ହୋଇଥିବା ଦାବି ନେଇ ଜିଲ୍ଲାପାଳ ଖୁବ୍‌ଶୀଘ୍ର ଆରଡିସିଙ୍କୁ ଜଣାଇବେ ବୋଲି ଜଣାପଡ଼ିଛି । ବ୍ୟକ୍ତିଗତ ଜମି ଉପରେ ସମ୍ପୂର୍ଣ୍ଣ ବିସ୍ଥାପିତ  ହେଉଥିବା ପ୍ରତି ପରିବାର ପାଇଁ ପୁନଃର୍ବାସ  ଏବଂ ଥଇଥାନ ସହାୟତା ପ୍ରଦାନ, ବ୍ୟକ୍ତିଗତ  ଜମି ଉପରେ ଆଂଶିକ ପ୍ରଭାବିତ ହେଉଥିବା  ପ୍ରତି ପରିବାର ପାଇଁ ପୁନର୍ବାସ ଓ ଥଇଥାନ  ସହାୟତା, କୃଷି ଭିତ୍ତିକ ଶ୍ରମିକଙ୍କୁ ସର୍ବନିମ୍ନ  ମଜୁରୀ ସହିତ ଏକକାଳୀନ ସହାୟତା,  ଭଡ଼ାଟିଆ ଏବଂ ଭାଗଚାଷୀଙ୍କୁ ଏକର ପିଛା  ସହାୟତା ରାଶି ପ୍ରଦାନ, ଗୁହାଳ ଓ କ୍ଷୁଦ୍ର  ଦୋକାନ ପାଇଁ ପ୍ରଭାବିତ ପରିବାରଙ୍କୁ  ଏକକାଳୀନ ସହାୟତା ଦେବା ନିମନ୍ତେ  ଥିବା ଚିଠା ପ୍ରସ୍ତାବ ନେଇ ଜନଶୁଣାଣିରେ  ଲୋକଙ୍କୁ ଅବଗତ କରାଯାଇଥିଲା । 

ଚିଠା  ପ୍ରସ୍ତାବ ମୁତାବକ ବିମାନବନ୍ଦର ନିମନ୍ତେ ଜମି  ଅଧିଗ୍ରହଣ ହେଲେ ସିପସରୁବାଲି ଓ ଷଣ୍ଢପୁର  ମୌଜାରୁ ମୋଟ ପ୍ରାୟ ୧୨୩ ଜଣ ପ୍ରଭାବିତ  ହେବେ । ଯାହା ଭିତରେ ଷଣ୍ଢପୁର ମୌଜାର  ୭୮ ଜଣ ରହିଛନ୍ତି । ଯେତେବେଳେ କି ମୋଟ  ୬ ଜଣ ବିସ୍ଥାପିତ ହେଉଛନ୍ତି । ବିସ୍ଥାପିତଙ୍କୁ  ପୁନର୍ବାସ ଓ ଥଇଥାନ ସହାୟତା ପ୍ରାୟ ୬୫  ଲକ୍ଷ, ପ୍ରଭାବିତ ହେଉଥିବା ପରିବାରଙ୍କୁ ପ୍ରାୟ  ୭ କୋଟି, ଭାଗ ଚାଷୀ ଓ ଭଡ଼ାଟିଆଙ୍କୁ ପ୍ରାୟ  ୧୫ ଲକ୍ଷ, ଗୁହାଳ ଓ କ୍ଷୁଦ୍ର ଦୋକାନ ପ୍ରଭାବିତ  ପରିବାରଙ୍କୁ ପ୍ରାୟ ୭୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଚିଠା ସହାୟତା ଆକଳନ ହୋଇଛି ।  ପ୍ରକଳ୍ପ ହେଲେ ଏହି ମୌଜାର ୩୮ ପରିବାର  ପ୍ରଭାବିତ ହେଲେ । ଯେତେବେଳେ କି ଏହି ପ୍ରକଳ୍ପ ଯୋଗୁ ଉଭୟ ମୌଜାର ପ୍ରାୟ ୨୦ ପରିବାର ପରୋକ୍ଷ ଭାବେ ପ୍ରଭାବିତ ହେଉଥିବା  ପ୍ରଶାସନିକ ସର୍ଭେରୁ ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.