ପ୍ରମୂଖ ଖବର
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ବିଜେଡି ସାଂଗଠନିକ ନିର୍ବାଚନ: ୧୯ରେ ରାଜ୍ୟ ସଭାପତି ଘୋଷଣା, ୧୨ ଜିଲ୍ଲା ସଭାପତି ନେଇ କେଁ

Published By : Prameya | April 13, 2025 10:42 AM

ଭୁବନେଶ୍ୱର,୧୩/୦୪: ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏତେବେଳକୁ ପଞ୍ଚାୟତରୁ ରାଜ୍ୟସ୍ତର ଯାଏ ଦଳ ଉଠୁଥାନ୍ତା ପଡ଼ୁଥାନ୍ତା । ବଳ କଷାକଷି, ଲବିରେ କମ୍ପାଉଥାନ୍ତେ ତୃଣମୂଳରୁ ଆରମ୍ଭ କରି  ରାଜ୍ୟସ୍ତରୀୟ ନେତାମାନେ । ମାତ୍ର ସେମିତି  କିଛି ବାତାବରଣ ଦେଖିବାକୁ ମିଳୁନି ଏଥର । ଗଣମାଧ୍ୟମରେ ଯେତିକି ଚର୍ଚ୍ଚା ହେଉଛି, ପଦପଦବି  ପାଇଁ ନେତା, କର୍ମୀଙ୍କ ଭିତରେ ସେତିକି ଉତ୍ସାହ ଦେଖିବାକୁ ମିଳୁନି । 

ଦଳ କ୍ଷମତାରୁ ହଟିବା ପରେ ଏଥର ଖୋଲାଖୋଲି ନେତୃତ୍ୱଙ୍କୁ ଚାଲେଞ୍ଜ ଦେଲେଣି ନେତାଏ । ତେଜିଲାଣି ବିଦ୍ରୋହ । ଦଳର ଏଭଳି  ସ୍ଥିତି ଦେଖି ବିଜେଡିର ଲକ୍ଷ ଲକ୍ଷ କର୍ମୀ ହତାଶ ଓ  ଆଶଙ୍କାରେ । ଅନେକେ ଭାବୁଛନ୍ତି, ଦଳର ନମ୍ବର  ୱାନ୍‌, ନମ୍ବର ୨ ଥିବା ନେତାଙ୍କୁ ଯଦି ନେତାମାନେ  ମାନୁନାହାନ୍ତି, ଆଗକୁ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ  କିଏ ପଚାରିବେ ? ଅଧିକାଂଶ କର୍ମୀ ଓ ନେତାଙ୍କ  କହିବା କଥା ହେଲା- ଦଳ ଯାହାକୁ ପଦ ପଦବି  ଦେଉ, କିଏ ପଚାରେ । ଏପଟେ ବିଜେଡିର  ରାଜ୍ୟସ୍ତରୀୟ ନେତାମାନେ ବାରମ୍ବାର ବୈଠକ  କରି ଗଣମାଧ୍ୟମରେ ସାଂଗଠନିକ ନିର୍ବାଚନର  ପ୍ରଚାର କରୁଛନ୍ତି । ଶଙ୍ଖ ଭବନରେ ବସି ଫୁଟାଣି  ମାରୁଛନ୍ତି, ପଞ୍ଚାୟତ ଓ ବ୍ଲକ ସଭାପତି ପାଇଁ ଦଳରେ  କିଛି ଟଣାଓଟରା ନାହିଁ । ଦଳ ଶୃଙ୍ଖଳିତ, ଏକତ୍ରିତ ।  ମାତ୍ର ବିଜେଡିର ଆଉ ଥୋକେ ନେତା କହୁଛନ୍ତି,  ଯେଉଁଠି ଉତ୍ସାହ କମ୍‌, ସେଠି ଟଣାଓଟରା କେମିତି  ହେବ? ପୂର୍ବଭଳି ପଦପଦବି ପାଇଁ ମାଳମାଳ  ଆଶାୟୀ ନାହାନ୍ତି । ପଦବି ମିଳିଲେ ଖୁସି, ନ  ମିଳିଲେ ଢୋ... । 

ସୂତ୍ର ଅନୁସାରେ, ଆସନ୍ତା ୧୯ ତାରିଖରେ  ବିଜେଡି ସାଂଗଠନିକ ନିର୍ବାଚନର ଚୂଡ଼ାନ୍ତ ଦିନ ।  ସେଦିନ ସଭାପତିଙ୍କ ନାମ ଘୋଷଣା ହେବ । ନବୀନ  ପୁଣି ଥରେ ଏହି ପଦରେ ବସିବେ, ଏଥିରେ ସନ୍ଦେହ  ନାହିଁ । ଇତିମଧ୍ୟରେ ପ୍ରାୟ ୧୮ରୁ ୨୦ଟି ଜିଲ୍ଲାର  ସଭାପତିଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । ସେଦିନ  ଘୋଷଣା ହୋଇପାରେ ।  

ଏସବୁ ଜିଲ୍ଲାରେ ସଭାପତି ପଦ ପାଇଁ ସେଭଳି  ଛକାପଞ୍ଝା ନଥିବା ଜଣାପଡ଼ିଛି । ତଥାପି ପ୍ରାୟ ୧୨ଟି  ଜିଲ୍ଲାରେ ସଭାପତି ନେଇ କେଁ ଛିଣ୍ଡୁନି। କଟକରେ କାହାକୁ ଜିଲ୍ଲା ସଭାପତି କରିବେ,  ଦଳ ବୁଝିପାରୁନି । ଦେବାଶିଷ ସାମନ୍ତରାୟ, ପ୍ରଭାତ  ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ଚନ୍ଦ୍ରସାରଥୀ ବେହେରାଙ୍କ  ଆଣ୍ଟପଣ ଦଳର କ୍ଷମତାଶାଳୀ ଗୋଷ୍ଠୀର ନିଦ  ହଜାଇ ଦେଲାଣି । କେନ୍ଦ୍ରାପଡ଼ାରେ ଅତନୁ ସବ୍ୟସାଚୀ  ନାୟକ, ପ୍ରତାପ ଦେବ, ଗଣେଶ୍ୱର ବେହେରା, ଧ୍ରୁବ  ସାହୁ, ଅରବିନ୍ଦ ମହାପାତ୍ର ଓ ଅଂଶୁମାନ ମହାନ୍ତିଙ୍କ  ସହମତିକୁ ନେଇ ସଭାପତି ଚୟନ ବିଜେଡି ପାଇଁ  କାଠିକର ହେଲାଣି । ଖୋର୍ଦ୍ଧାରେ ସଭାପତି ହେବାକୁ  ରାଜେନ୍ଦ୍ର ସାହୁ ପ୍ରମୁଖ ଦାବିଦାର ଥିବା ବେଳେ  ଦଳର ନିର୍ଦ୍ଦିଷ୍ଟ କ୍ଷମତାଶାଳୀ ଗୋଷ୍ଠୀ ତାଙ୍କ ସପକ୍ଷରେ  ନାହାନ୍ତି । ଅପରପକ୍ଷରେ ବିଭୂତି ବଳବନ୍ତରାୟ ମଧ୍ୟ  ପଦ ପାଇଁ ବିଶେଷ ଆଗ୍ରହୀ ନଥିବା କୁହାଯାଉଛି ।  

ବଲାଙ୍ଗିରରେ ରାଜପରିବାର ଓ ଟୁକୁନି ସାହୁଙ୍କୁ ନେଇ  ବିବାଦ ରହିଛି । କଳାହାଣ୍ଡିରେ ଦଳ ଦିବ୍ୟଶଙ୍କର  ମିଶ୍ରଙ୍କୁ ଚାହୁଁଥିବା ବେଳେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ  ସପକ୍ଷରେ ଅଧିକାଂଶ ନେତା ଥିବା କୁହାଯାଉଛି ।  ନବରଙ୍ଗପୁରରେ ପ୍ରଦୀପ ମାଝୀ ବନାମ ରମେଶ  ମାଝୀ ବିବାଦ ଛିଣ୍ଡୁନି । କୋରାପୁଟରେ ଈଶ୍ୱର  ପାଣିଗ୍ରାହୀ ଓ ରବି ନନ୍ଦଙ୍କୁ ନେଇ ଦଳ କିଛି ସ୍ଥିର  କରିପାରୁନି । ମୟୂରଭଞ୍ଜ-୨ରେ ବି କାଶୀ ହେମ୍ବ୍ରମ- ରତିକାନ୍ତଙ୍କ ଭିତରେ ବିବାଦରୁ ସମାଧାନ ବାଟ  ବାହାରି ପାରିନି । 

ନବୀନ ସଭାପତି ଘୋଷଣା ହେବା ପରେ ନିଜ  ନୂଆ ଟିମ୍‌ ଗଢ଼ିବେ । ସମ୍ଭବତଃ ଏଥର ଦଳରେ  କାହାକୁ ନମ୍ବର ୨ ଆସନ ମିଳିନପାରେ । ବରିଷ୍ଠ  ଓ ଅନୁଭବୀ ନେତାଙ୍କୁ ନେଇ ରାଜନୈତିକ କମିଟି  ଭଳି କିଛି ଟିମ୍‌ କରିପାରନ୍ତି ନବୀନ । ଏକ ନିର୍ଦ୍ଦିଷ୍ଟ  ଗୋଷ୍ଠୀର ପସନ୍ଦର ନେତାଙ୍କୁ ଏହି ଟିମ୍‌ରେ ବଡ଼  ଭୂମିକା ମିଳିପାରେ । ଛାମୁଆ ସଂଗଠନ ପାଇଁ ଦଳ  ବେଶି ମାପିଚୁପି ପଦକ୍ଷେପ ନେଉଛି । ଛାମୁଆ  କର୍ମକର୍ତ୍ତା ଅସନ୍ତୁଷ୍ଟ ହେଲେ, ସେମାନଙ୍କୁ ବୁଝାଇବା  ସହଜ ହେବନି । ସେଥିପାଇଁ ଦଳ କୌଣସି ରିସ୍କ  ନ ନେଇ ଯୁବବର୍ଗ ପାଇଁ ପୁଣି ଥରେ ବ୍ୟୋମକେଶ  ରାୟଙ୍କ ନାମକୁ ବିଚାର କରାଯାଉଥିବା ଶୁଣିବାକୁ  ମିଳିଛି । ମହିଳା ସଂଗଠନ ପାଇଁ ସୁଲତା ଦେଓଙ୍କ  ସମ୍ଭାବନା ଅଧିକ ଥିବା କୁହାଯାଉଛି । ଛାତ୍ର ସଭାପତି  ପାଇଁ ଅରୁଣ ସାହୁଙ୍କ ଶିବିରରୁ ଆସୁଥିବା ନାଁକୁ ଗୁରୁତ୍ୱ  ମିଳିପାରେ । ୱାକଫ୍‌ ବିଲ୍‌ ଝଡ଼ ପରେ ସାଂଗଠନିକ  ଟିମ୍‌କୁ ନେଇ ଦଳ ଚାପରେ ଥିବା କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.