ଖନ୍ତାପଡ଼ା, ୧୨/୦୪ : ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ନିକଟସ୍ଥ ବଜାରରେ ଦୁର୍ଘଟଣା। ଶନିବାର ସକାଳେ ବାଇକ୍ ଯୋଗେ ୨ ଜଣ ଯୁବକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଲାଗିଥିବା ପୋଲକୁ ଧକ୍କା ଦେଇ ଗାଡିରୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାନୁଯାୟୀ, ଦୁଇ ଜଣ ଯୁବକ ପଶ୍ଚିମବଙ୍ଗରୁ ଖୋର୍ଦ୍ଧା ଅଭିମୁଖେ ବାଇକ୍ ଯୋଗେ ଯାଉଥିଲେ। ଶନିବାର ସକାଳେ ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ନିକଟସ୍ଥ ବଜାରରେ ବାଇକ୍ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଲାଗିଥିବା ପୋଲକୁ ଧକ୍କା ଦେଇଥିଲା। ଫଳରେ ଦୁଇ ଯୁବକ ଗୁରୁତର ହୋଇ ରାସ୍ତାକଡ଼ରେ ପଡିଥିଲେ। ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦୁହିଁଙ୍କ ମୁହଁରେ ଗଭୀର କ୍ଷତ ହୋଇଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଗୁରୁତରଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ଖରଗପୁର ଅଞ୍ଚଳ ସାହିଲ ରେହେମାନ (୨୪ ବର୍ଷ) ବୋଲି ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ଏହି ଖବରଟିକୁ ପଢନ୍ତୁ-ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ