ଭୁବନେଶ୍ୱର, ୧୩/୦୪: ପୋଷ୍ଟ ମାଷ୍ଟର ଘରୁ ଲୁଟ୍ । ସ୍ୱାମୀ ସ୍ତ୍ରୀଙ୍କ ହାତ ବାନ୍ଧି, ଆଖିରେ ପଟି ବାନ୍ଧିବା ସହ ମୁଣ୍ଡରେ ଲୁହା ରଡ୍ ଲଗାଇ ୫ ଲକ୍ଷ ଟଙ୍କା, ସୁନା ହାର, ଦୁଇ ହଳ କାନଫୁଲ ଓ ୨ ଶହ ଗ୍ରାମ ସୁନା ଲୁଟ୍ । ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗ୍ରାମର ପୋଷ୍ଟ ମାଷ୍ଟର ବାଟକୃଷ୍ଟ ମଳିକ ଘରୁ ଡକାୟତି ହୋଇଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ୪ ଜଣ ଡକାୟତ ମୁହଁରେ କପଡା ବାନ୍ଧି ଦୁଇ ଘଣ୍ଟା ଧରି ବାଟକୃଷ୍ଟ ଘରେ ଲୁଟପାଟ କରିଥିଲେ । ଘରେ ପଶି ପୋଷ୍ଟ ମାଷ୍ଟର ବାଟକୃଷ୍ଟ ଓ ସ୍ତ୍ରୀ ସୁରତୀଙ୍କୁ ହାତ ବାନ୍ଧି ଆଖିରେ ପଟି ବାନ୍ଧିବା ପରେ ହତ୍ୟା ଧମକ ଦେଇ ଲୁଟ୍ କରିଥିଲେ । ତେବେ ଗତ ଦୋଳ ପୂର୍ଣ୍ଣିମା ଦିନ ସେହି ଗାଁ ରାମଚନ୍ଦ୍ର କର ଘରେ ଡକାୟତ ପସି ହାତ ଗୋଡ଼ ବାନ୍ଧି ସୁନା ଗାହଣ ଓ ଟଙ୍କା ଲୁଟ କରି ନେଇଥିଲେ । ଦୁଇଟି ଘଟଣାରେ ପୋଲିସ ହାତ ଖାଲିକରି ବସିଛି । ଉଭୟ ଘଟଣା ପରେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ପୋଲିସ ଉଭୟ ଘଟଣାରେ ଡକାୟତଙ୍କୁ ନ ଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।