ଖନ୍ତାପଡ଼ା,୦୮/୦୪ : ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ବୃଦ୍ଧା। ମଙ୍ଗଳବାର ସକାଳେ ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ତୁଣ୍ଡରା ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବଙ୍କ ଜେନାଙ୍କ ପତ୍ନୀ ଭାର୍ଗବୀ ଜେନା (୭୦ ବର୍ଷ)।
ସୂଚନାନୁଯାୟୀ, ତୁଣ୍ଡରା ଗାଁ ଚନକ ସାହିର ଭାର୍ଗବୀ ଜେନା ଘର ନିକଟରେ ଥିବା ଚନକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଏତିକି ବେଳେ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଭାର୍ଗବୀ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଭାର୍ଗବୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ବେଳକୁ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
ଏହି ଖବରଟିକୁ ପଢନ୍ତୁ-ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଘଟଣ, ଜଳିଗଲା ତୀର୍ଥଯାତ୍ରୀ ବସ୍