ଭୁବନେଶ୍ୱର, ୦୯/୦୪: ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡ଼କ ମେଳାର ପଞ୍ଚମ ଅର୍ଘ୍ୟ । ଚନ୍ଦନେଶ୍ଵର ଧାମ ଓଡିଶାର ଉପାନ୍ତ ବାଲେଶ୍ଵର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଭାବେ ଅଗ୍ରଗଣ୍ୟ । ଆଜି ପ୍ରସିଦ୍ଧ ଚଡ଼କ ପର୍ବର ପଞ୍ଚମ ଅର୍ଘ୍ୟ ପାଇଁ ଉପବୀତ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରି ଉଠିଛି ଚନ୍ଦନେଶ୍ୱର ପୀଠ । ପଞ୍ଚମ ଅର୍ଘ୍ୟରେ ଏବେ ସୁଦ୍ଧା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଉପବୀତ ଧାରଣ କରି ସାରିଲେଣି ।
ପଞ୍ଚମ ଅର୍ଘ୍ୟରେ ଭଟପୁର ଗାଁର ମାଳାକାର ଗଣେଶ ପଣ୍ଡିତଙ୍କ ଘରେ ଅବସ୍ଥିତ କାମିନା ଠାକୁରାଣୀଙ୍କୁ ବିବାହ କରି ବିରାଟ ପଟୁଆରାରେ ଆସିବେ ବାବା ଚନ୍ଦନେଶ୍ୱର । ସୁରକ୍ଷା ବ୍ୟବସ୍ଥାକୁ ଦେଖି ୨୬ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହିତ ବାଲେଶ୍ୱର ଏସ୍ପି ରାଜପ୍ରସାଦ ନିଜେ ରହି ତଦାରଖ କରୁଛନ୍ତି ।