ଭୁବନେଶ୍ୱର, ୧୦/୦୪: ଗୋପାଳପୁର ରାସ୍ତା ଜୁଣିଆ ଠାରେ ଛିନତାଇ କରି ଫେରୁଥିବା କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ଚାଳକ ଫେରାର ହୋଇଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଯୁବକ ଦ୍ୱୟ ଦିଲ୍ଲୀ ଅଞ୍ଚଳର ଇନାମ କ୍ୟୁରିସୀ ଓ ଇରଫାନ ଅନୱାର ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ଠାରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ ରୁପା ଜବତ ହୋଇଛି ।
ସୂଚନା ମୁତାବକ, ୩ ଜଣ ଯୁବକ ସୋର ଗୋପାଳପୁର ରାସ୍ତା ଜୁଣିଆ ଠାରେ ଛିନତାଇ କରି ଏକ କାର୍ ଯୋଗେ ଫେରୁଥିଲେ । ଏହି ସମୟରେ ସନ୍ଦେହ ହେବାରୁ କିଛି ସ୍ଥାନୀୟ ଯୁବକ ଗାଡ଼ିଟିକୁ ଗୋଡାଇଥିଲେ । ଫଳରେ ଗାଡ଼ିଟି ଜୁଣିଆ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖି କାର୍ ଚାଳକ ଫେରାର ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ଅନ୍ୟ ୨ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଉକ୍ତ କାର୍ରୁ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହ ୪୬ ଗ୍ରାମ ସୁନା ଏବଂ ରୂପା ଅଳଙ୍କାର ସହ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରି ଗୋପାଳପୁର ଥାନାଧିକାରୀ ଅଶୋକ ବାରିକ ତଦନ୍ତ କରୁଛନ୍ତି । ଦୁର୍ଘଟଣାରେ ଆହତ ଇନାମ କ୍ୟୁରିସୀ ଓ ଇରଫାନ ଅନୱାରଙ୍କୁ ଗୋପାଳପୁର ଡାକ୍ତରଖାନାରେ ଚିକିତ୍ସା ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରିଛି ପୋଲିସ ।