ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

'ନା ହୃଦୟରେ ଜାଗା ଦେଇଛନ୍ତି ନା କାନ୍ଥରେ'; ଆମ୍ବେଦକର ଜୟନ୍ତୀରେ ଉଠିଲା ଫଟୋ ମୁଦ୍ଦା, ବିଜେପିକୁ ଆପ୍‌ର ଟାର୍ଗେଟ

Published By : Ankita S | April 14, 2025 2:23 PM

ନୂଆଦିଲ୍ଲୀ,୧୪/୦୪: ଭାରତ ସମ୍ବିଧାନର ଜନକ ଆମ୍ବେଦକରଙ୍କର ଆଜି ଜୟନ୍ତୀ । ଏହି ଅବସରରେ ପୁଣି ଫଟୋ ମୁଦ୍ଦା ଉଠାଇଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆପ୍ ନେତା ସୌରଭ ଭାରଦ୍ୱାଜ । ବିଜେପି ଆମ୍ବେଦକରଙ୍କୁ ହୃଦୟରେ ଜାଗା ଦେଇନାହିଁ କି କାନ୍ଥରେ ବି ଦେଇନି ଯାହା ଅତ୍ୟନ୍ତ ଲଜ୍ୟାଜନକ । ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ଏହା କହିଛି ଆପ୍ ।

ଦିଲ୍ଲୀ ସିଏମ୍‌ କାର୍ଯ୍ୟାଳୟରୁ ବି ଆର୍ ଆମ୍ବେଦକରଙ୍କ ଫଟୋ ହଟାଇ ଦେଇଥିଲା । ମାମଲା ବିଧାନସଭା ଯାଏ ଯାଇଥିଲା । ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏହି ମୁଦ୍ଦାକୁ ପୁଣି ଥରେ ଉଠାଇଛନ୍ତି ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ୱାଜ। ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, '' ବାବା ସାହେବ ଆମ୍ବେଦକରଙ୍କୁ ବିଜେପି ହୃଦୟରେ ଜାଗା ଦେଇନାହିଁ କି କାନ୍ଥରେ ବି ଦେଇନି ଏହା ଲଜ୍ୟାଜନକ । ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଥିଲେ କି ସରକାରୀ କାର୍ଯ୍ୟାଳୟରେ, ସିଏମ୍ ଅଫିସ୍ ଓ ମନ୍ତ୍ରୀଙ୍କ ଅଫିସ୍‌ରେ ଭୀରରାଓ ଆମ୍ବେଦକରଙ୍କ ଫଟୋ ରହିବ । ମାତ୍ର ଦିଲ୍ଲୀରେ ବିଜେପି ସରକାର ଗଢିବା ପରେ ସରକାରୀ କାର୍ଯ୍ୟାଳୟରୁ ଆମ୍ବେଦକରଙ୍କ ଫଟୋ ହଟାଇ ଦେଇଥିଲା । ସିଏମ୍ ଚୌକି ସମାନ ଥିଲା ଘରର କାନ୍ଥର ରଙ୍ଗ ବି ସମାନ ଥିଲା ମାତ୍ର ଆମ୍ବେଦକରଙ୍କ ଫଟୋ ଗାଏବ ହୋଇଥିଲା । ''

ଅଧିକ ପଢନ୍ତୁ...କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ; 'ଭୋଟ ବ୍ୟାଙ୍କ ଭାଇରସ୍‌ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରିଥିଲା ୱାକଫ୍ ରୁଲ୍ '

ଦିଲ୍ଲୀରେ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ସରକାର ଗଠନ ହେବା ପରେ ତାଙ୍କ କାର୍ଯ୍ୟାଳୟରୁ ସମ୍ବିଧାନ ପ୍ରଣେତା ବାବା ସାହେବା ଆମ୍ବେଦକରଙ୍କ ଫଟୋ ହଟାଇ ଦେଇଥିଲେ । ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିରୋଧୀ ଆପ୍ ଶାସକ ଆପ୍‌କୁ ଟାର୍ଗେଟ କରିଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀ ସରକାର ଏକ ଭିଡିଓ ଜାରି କରି ଫଟୋ ହଟା ଯାଇ ନାହିଁ କେବେଳ ସ୍ଥାନ ବଦଳା ଯାଇଛି ବୋଲି କହିଥିଲେ । ଆଜି ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ପୁଣି ସେହି ଫଟୋ ମୁଦ୍ଦା ଉଠାଇଛି ଆପ୍ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.