ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ବିନୋଦ କାମ୍ବଲିଙ୍କୁ ସାହାଯ୍ୟ କରିବେ ଏହି ପ୍ରସିଦ୍ଧ କ୍ରିକେଟର, ଜୀବନ ସାରା ପ୍ରତ୍ୟେକ ମାସ ଦେ​‌ବେ ଟଙ୍କା

Published By : Prameya | April 15, 2025 8:31 PM

ନୂଆଦିଲ୍ଲୀ,୧୫।୪: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ପାଇଁ ଆଶ୍ବସ୍ତିଜନକ ଖବର। ସେ ଗତ କିଛି ବର୍ଷ ହେବ ଲଗାତାର ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ପ୍ରସିଦ୍ଧ କ୍ରିକେଟର ସୁନୀଲ ଗାଭାସ୍କର। କାମ୍ବଲିଙ୍କୁ ସାହାଯ୍ୟ କରିବା ନେଇ ଗାଭାସ୍କର ନିକଟରେ ପ୍ରତିଶୃତି ଦେଇଥିଲେ। ଏବେ ତାକୁ ପୂରଣ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ, ଗାଭାସ୍କରଙ୍କ ସଂସ୍ଥା 'CHAMPS ଫାଉଣ୍ଡେସନ୍’ ବିନୋଦ କାମ୍ବଲିଙ୍କୁ ଆଜୀବନ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବ। ଯାହାଫଳରେ ସେ ନିଜର ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ।

ଗାଭାସ୍କରଙ୍କ 'CHAMPS ଫାଉଣ୍ଡେସନ୍’ର ସ୍ଥାପନା ୧୯୯୯ ରେ ହୋଇଥିଲା। ଏହି ସଂସ୍ଥା ଖରାପ ଆର୍ଥିକ ସ୍ଥିତିରେ ଥିବା ଆଥଲେଟ୍‌ଙ୍କୁ ସାହାଯ୍ୟ କରିଥାଏ। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାଭାସ୍କରଙ୍କ ଏହି ସଂସ୍ଥା ବିନୋଦ କାମ୍ବଲିଙ୍କୁ ପୁରା ଜୀବନ ପ୍ରତି ମାସ ୩୦ ହଜାର ଟଙ୍କା ସହାୟତା ରାଶି ଦେବ। କାମ୍ବଲିଙ୍କୁ ଅପ୍ରେଲ ମାସରୁ ଟଙ୍କା ମିଳିବା ଆରମ୍ଭ ହୋଇଯାଇଛି। ଏହା ସହ ତାଙ୍କୁ ସ୍ବାସ୍ଥ୍ୟ ସମ୍ପର୍କି ଖର୍ଚ୍ଚ ପାଇଁ ଅଲଗା ଭାବରେ ୩୦ ହଜାର ମିଳିବ। ଗାଭାସ୍କରଙ୍କୁ ନିକଟରେ କାମ୍ବଲି ଓ୍ବାଙ୍ଖଡେ ଷ୍ଟାଡିୟମର ୫୦ ତମ ବାର୍ଷିକୀରେ  ଭେଟିଥିଲେ। ଗାଭାସ୍କରଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ କାମ୍ବଲି। ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଉଲ୍ଲେଖନୀୟ ଯେ , ଗତ ବର୍ଷ କାମ୍ବଲିଙ୍କୁ ୟୁରିନ୍ ଇନଫେକସ୍ କାରଣରୁ ୨ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ଆଡମିଟ୍ ହେବାକୁ ପଡିଥିଲା। ଥାନେ ସ୍ଥିତ ଆକୃତି ହସ୍ପିଟାଲ କାମ୍ବଲିଙ୍କ ଚିକିତ୍ସା ହୋଇଥିଲା। ହସ୍ପିଟାଲର ଡାଇରେକ୍ଟର ତଥା ଡାକ୍ତର ଶୈଳଶ ଠାକୁର  ଖୁଲାସା କରିଥିଲେ ଯେ, କାମ୍ବଲିଙ୍କ ଖରାପ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ଗାଭାସ୍କର ତାଙ୍କୁ ସେବେଠାରୁ ସାହାଯ୍ୟ କରିବାକୁ ଚାହୁଁଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.