ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ବନ୍ଦ ହେବ ନାହିଁ ସିଏନଜି ଅଟୋ, ଇଭି ନୀତିକୁ ନେଇ ବଡ଼ ଘୋଷଣା କଲେ ଦିଲ୍ଲୀ ସରକାର

Published By : Tapas Panda | April 15, 2025 11:27 PM

Image Courtesy: tv9hindi

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ବୈଦୁତିକ ଯାନ ନୀତିର ଡ୍ରାଫ୍ଟ ପ୍ରକାଶ ପାଇବା ପରଠାରୁ ଦିଲ୍ଲୀରେ ସିଏନଜି ଅଟୋରିକ୍ସା ଉପରେ ନିଷେଧାଦେଶ ଜାରି ରହିଛି । ଏବେ ଦିଲ୍ଲୀ ସରକାର ଏହାକୁ ବନ୍ଦ କରିଦେଇଛନ୍ତି । ଇଭି ନୀତି ସଂପର୍କରେ ଦିଲ୍ଲୀ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି ।ନୂଆ ଘୋଷଣା ଅନୁସାରେ ସିଏନଜି ଅଟୋରିକ୍ସା ଦିଲ୍ଲୀରେ ବନ୍ଦ ହେବ ନାହିଁ ।  ଆସନ୍ତା ୩ ମାସ ପାଇଁ ପୂର୍ବ ନୀତି ଜାରି ରଖିବାକୁ ଦିଲ୍ଲୀ ସରକାର ମଙ୍ଗଳବାର ଅନୁମତି ଦେଇଛନ୍ତି । ଏହା ସହିତ ରାଜଧାନୀ ମଧ୍ୟରେ ବିଦ୍ୟୁତ ସବସିଡି ଜାରି କରିବା ପାଇଁ କ୍ୟାବିନେଟ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀ ପରିବହନ ମନ୍ତ୍ରୀ ପଙ୍କଜ ସିଂହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅଟୋରିକ୍ସା ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ । ସେ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ସରକାର ଅନେକ କାମ କରିବାକୁ ଚାହୁଁଛନ୍ତି। ତେଣୁ ସମସ୍ତଙ୍କୁ ନୂତନ ସଂଶୋଧିତ ଇଭି ନୀତି ସହିତ ଅନ୍ତର୍ଭୁକ୍ତ କରାଯିବ । ତେବେ ଏହା ସ୍ପଷ୍ଟ ଯେ ଅଟୋ ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ ।

 ଦିଲ୍ଲୀ ସରକାର ଇଭି ନୀତି ଉପରେ ସମୀକ୍ଷା କରୁଛନ୍ତି । ପ୍ରତ୍ୟେକ ଦିଗରୁ ବିଚାର କରିବା ପରେ ହିଁ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯିବ । କ୍ୟାବିନେଟ ବୈଠକ ପରେ ଦିଲ୍ଲୀର ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ, ବିଜୁଳୀ ସବସିଡି ବନ୍ଦ ହେବା ନେଇ ଅନେକ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଛି । କିନ୍ତୁ ଦିଲ୍ଲୀ ସରକାର କୃଷକ ଏବଂ ଆଇନଜୀବୀଙ୍କ ପାଖରେ ଫାଇଦା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.