ପ୍ରମୂଖ ଖବର
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ପୁରୀ ସାହିଯାତରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ମଲ୍ଲୀମାଳ ପିନ୍ଧାଇ ସ୍ୱାଗତ କଲେ ସାହି ମୁରବି

Published By : Prameya | April 13, 2025 10:11 AM

ପୁରୀ,୧୩/୦୪: ସାହିଯାତ ଚାଲିଥିବାରୁ  ବୀରବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର । ଶୁକ୍ରବାର ରାତିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ଯାତ ବାହାରି ଦୋଳମଣ୍ଡପ ସାହି ପରିକ୍ରମା କରିଥିଲା । ଏହି  ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସାହିର ପ୍ରତ୍ୟକଟି ଜାଗାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ମଲ୍ଲୀମାଳ ପକାଇ ସ୍ୱାଗତ କରାଯାଇଥିଲା । ସାହିରେ  ଚାଲିଚାଲି କେନ୍ଦ୍ରମନ୍ତ୍ରୀ ବୁଲିବା ସହ ସାହି ମୁରବିଙ୍କ  ସହ ବିଭିନ୍ନ ବିଷୟ ଆଲୋଚନା କରିଥିଲେ । ସାହି  ମୁରବିଙ୍କ ଠାରୁ ଆରମ୍ଭ କରି ସାହି ଭେଣ୍ଡିଆମାନେ  ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍‌ ଖୁସି  ବ୍ୟକ୍ତ କରିଥିଲେ । ପରେ ଶ୍ରୀମନ୍ଦିର ସିଂହଦ୍ୱାର  ନିକଟକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ପତିତପାବନ  ଓ ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଣାମ ଜଣାଇଥିଲେ ।  ବଡଛତା ମଠ ପାହାଚରେ କିଛି ସମୟ ବସି  ମହାପ୍ରଭୁଙ୍କୁ ଧ୍ୟାନ କରିଥିଲେ । 

ସାହିଯାତ ବୁଲିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ କହିଥିଲେ, କୁସ୍ତି, ମଲ୍ଲ ଯୁଦ୍ଧ, ଖଣ୍ଡା ଯୁଦ୍ଧ ହେଉଛି ଆମ ପରମ୍ପରାର ଅଂଶବିଶେଷ । ସାହିଯାତ ଏହାର ଏକ ଅଭିନ୍ନ ଅଙ୍ଗ । ଏହି  ଉତ୍ସବରେ ସାମିଲ୍‌ ହେବା ଖୁବ୍‌ ଖୁସିର ବିଷୟ ।  ସେହିପରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  କହିଛନ୍ତି, ଆବହମାନ କାଳରୁ ଏହି କଳାକୁ  ବଞ୍ଚାଇ ରଖିବା ନିମନ୍ତେ ଠାକୁରଙ୍କ ଲୀଳାକୁ  ଏଥିରେ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ସୌଭାଗ୍ୟର ବିଷୟ । 

ଶୁକ୍ରବାର କୁଣ୍ଢେଇବେଣ୍ଟ ସାହି ପକ୍ଷରୁ  ସୀତା ଚୋରି ନୀତି ଅନୁଷ୍ଠିତ ହୋଇଥିଲା । ମାୟା  ରାବଣ ସୀତାଙ୍କୁ ଚୋରି କରିଥିଲେ । ଅନ୍ୟପଟେ  ଶ୍ରୀମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମାୟାମୃଗ  ଓ ସୀତା ଚୋରି ନୀତି । କୁଣ୍ଢେଇବେଣ୍ଟ ସାହି ପଥର  ଆଖଡ଼ାରୁ ମାୟାରାବଣ ଓ ଅନ୍ୟାନ୍ୟ ପୌରାଣିକ  ଚରିତ୍ର ବାହାରି ସାହି ପରିକ୍ରମା କରିବା ପରେ  ଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କ ରାମଲୀଳା  ନୀତି ସମ୍ପନ୍ନ ହୋଇଥିଲା । ସୁନ୍ଦରା ଜାଗା ପକ୍ଷରୁ  ନିଶାଣ ବାହାରିଥିବା ବେଳେ ରାବଣ ନୃତ୍ୟ  ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଥିଲା । ସାହିର  ପିଲା ମାନେ ଖଣ୍ଡା ଚାଳନା, ପଟ୍ଟା, ଲାଠି ଖେଳ,  ହୁଳା ବନାଟି, ବାଙ୍କ, ଛଡ଼ି, ନିଝାମ୍‌, ପିରାମିଡ୍‌  ଆଦି ସମରକଳା ପ୍ରଦର୍ଶନ କରିଥିଲେ । ଏହି  ପଟୁଆରରେ ସପ୍ତଶିରା, ନାଗା, ମେଢ଼, ଭୁଆସିକ  ସହ ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।  ବୀରବାଦ୍ୟ ସାଙ୍ଗକୁ ପାରମ୍ପରିକ ନୃତ୍ୟ  ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତେ ଦେଖିଥିଲେ ।  କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଯୋଗଦାନ  କଳାକାରଙ୍କ ମନରେ ଉତ୍ସାହ ଭରି ଦେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.