ଭୁବନେଶ୍ୱର,୧୪/୦୪: ଓଡ଼ିଆ ନବ ବର୍ଷରେ ମା' ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆଙ୍କ ଦର୍ଶନ ଲାଭ କରି କେନ୍ଦୁଝର ଜିଲ୍ଲା ଓ ଓଡ଼ିଶାର ବିକାଶ ପାଇଁ ମଙ୍ଗଳ ମନାସିଛନ୍ତି । ଏହି ପବିତ୍ର ଦିନରେ ମା' ତାରିଣୀ ମନ୍ଦିର ଓ ମନ୍ଦିର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ସୋମବାର ଦିନିକିଆ ଗସ୍ତରେ କେନ୍ଦୁଝର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବ ପ୍ରଥମେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଦର୍ଶନ ଲାଭ କରିଛନ୍ତି । ମାଆଙ୍କ ଦର୍ଶନ ଲାଭ କରି କେନ୍ଦୁଝର ଜିଲ୍ଲା ଓ ଓଡ଼ିଶାର ବିକାଶ ପାଇଁ ମଙ୍ଗଳ ମନାସିଛନ୍ତି । ସର୍ବୋପରି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଉନ୍ନତି ହେଉ ବୋଲି ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ତାରିଣୀ ମନ୍ଦିର ଓ ମନ୍ଦିର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମା' ତାରିଣୀ ମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।