ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଓଏସଏମଇର ଆଧୁନିକୀକରଣ, OMBADC ସହାୟତାରେ ବିଭିନ୍ନ ଲାବୋରେଟୋରି ଓ ଲାଇବ୍ରେରିକୁ ଦିଆଯାଉଛି ନୂଆ ରୂପ

Published By : Prameya | April 10, 2025 9:14 AM

କେନ୍ଦୁଝର, ୧୦/୦୪: ରାଜ୍ୟର ବିଭିନ୍ନ ଆଇଟିଆଇ ଓ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଉନ୍ନତ ମାନର ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏଥିପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଥିବା ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂର (ଓଏସଏମଇ) ବିଭିନ୍ନ ଲାବୋରେଟୋରିକୁ ଆଧୁନିକୀକରଣ କରାଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଏହି କାର୍ଯ୍ୟକ୍ରମ ଲାଗି ଆର୍ଥିକ ସହାୟତା ଦିଆଯାଉଛି।

କେନ୍ଦୁଝର ରାଜ୍ୟର ଏକ ଖଣି ସମୃଦ୍ଧ ଜିଲ୍ଲା। ତେଣୁ ମାଇନିଂ ଇଞ୍ଜିନିୟରିଂ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ୧୯୫୬ ମସିହାରେ ଓଏସଏମଇ ସ୍ଥାପନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଏହି ବୈଷୟିକ ଶିକ୍ଷାନୁଷ୍ଠାନ ‘ମାଇନିଂ ଇଞ୍ଜିନିୟରିଂ’ ବିଷୟରେ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରିବାରେ ପୂର୍ବ ଭାରତରେ ପ୍ରଥମ। ଏବେ ଏହି ଶିକ୍ଷାନୁଷ୍ଠାନରେ ମାଇନିଂ ଇଞ୍ଜିନିୟରିଂ ସହିତ ୮ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯାଉଛି।

‘ରାଜ୍ୟ ସରକାରଙ୍କ ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ତା’ ଭିତରେ ଓଏସଏମଇ ଭଳି ବୈଷୟିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି। ଏଥିରେ ଓମ୍ବାଡସି ପାଣ୍ଠିର ଯୋଗଦାନ ରହିବା ଫଳରେ ଏହି ଶିକ୍ଷା ଅନୁଷ୍ଠାନ ଆଜି ନୂଆ ରୂପ ପାଇଛି। ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ନୂଆ ଉଚ୍ଚତାକୁ ଯିବା ସହିତ ସେମାନେ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଉଛନ୍ତି,’’ କହିଛନ୍ତି ଓଏସଏମଇର ଅଧ୍ୟକ୍ଷ ଇଞ୍ଜିନିୟର କୃଷ୍ଣଚନ୍ଦ୍ର ରାଉତ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଧୁନିକ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଚାହିଦା ରହିଛି। ଏଥିଲାଗି ଓଏସଏମଇ କଲେଜର ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ଓମ୍ବାଡସି ପାଣ୍ଠି ସହାୟତାରେ ବିଭିନ୍ନ ଲାବୋରେଟେରିକୁ ଆଧୁନିକ ରୂପ ଦିଆଯିବା ସହିତ ବିଭିନ୍ନ ଉପକରଣ ଦିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଥିଓରି ସହିତ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସର ସୁବିଧା ପାଉଛନ୍ତି।

ଓମ୍ବାଡସି ସହାୟତାରେ ମାଇନିଂ ଇଞ୍ଜିନିୟରିଂ, ଡ୍ରିଲ ଇଞ୍ଜିନିୟରିଂ, ମାଇନ ସର୍ଭେ, ମେଟାର୍ଲଜି ଏବଂ ଆଇଟି ଲ୍ୟାବର ଆଧୁନିକୀକରଣ କରାଯାଇଛି। ଅଟୋ କ୍ୟାଡ୍, ମ୍ୟାଟ୍ ଲାବୋରେଟୋରି ଏବଂ ମାଇନିଂ ମ୍ୟୁଜିୟମ ସ୍ଥାପନ କରାଯିବା ସହ ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗ ପାଇଁ ଆବଶ୍ୟକ କମ୍ପ୍ୟୁଟର ଏବଂ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି। 

ସେହିପରି ଓଏସଏମଇ ପରିସରରେ ଥିବା ଲାଇବ୍ରେରିକୁ ନୂଆ ରୂପ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ବିଭିନ୍ନ ପାଠ୍ୟପୁସ୍ତକ ରଖାଯାଇଛି। ତା’ଛଡ଼ା ଏଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବସ୍ଥା ହେବା ଫଳରେ ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ବ୍ୟବହାର ହେଉଥିବା ନୂତନ ଜ୍ଞାନକୌଶଳ ବିଷୟରେ ଜାଣିପାରୁଛନ୍ତି।  

ଛାତ୍ରଛାତ୍ରୀଙ୍କୁ ଶରୀରିକ ଭାବେ ଫିଟ୍ ରଖିବା ଲାଗି କ୍ରୀଡ଼ା ଓ ବ୍ୟାୟାମର ଆବଶ୍ୟକ ରହିଛି। ଏଥିପାଇଁ ଓଏସଏମଇ ପରିସରରେ ଖେଳପଡ଼ିଆର ଉନ୍ନତିକରଣ ସହିତ ଆଧୁନିକ ଜିମ ସୁବିଧା କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା ହୋଇଛି। 

ଓମ୍ବାଡସି ସହାୟତାରେ ଓଏସଏମଇ ଶିକ୍ଷାନୁଷ୍ଠାନରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ହେବା ଫଳରେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରୁ ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି ହେଉଛନ୍ତି। ଏଠାରୁ ତାଲିମ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.