ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମହିଳାଙ୍କ ଠାରୁ ଝାମ୍ପନେଲେ ସୁନା ମଙ୍ଗଳସୂତ୍ର, ତଦନ୍ତ କରୁଛି ପୋଲିସ

Published By : prameya | April 15, 2025 11:19 AM

ଗୋପାଳପୁର,୧୫/ ୦୪ : ମହିଳାଙ୍କ ଠାରୁ ସୁନା ମଙ୍ଗଳସୂତ୍ର ଲୁଟ୍ । ପ୍ରାତଃ ଭ୍ରମଣ ସମୟରେ  ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଝାମ୍ପିନେଲେ ମଙ୍ଗଳସୂତ୍ର । ତେବେ  ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଆୟକର ବିଭାଗ ନିକଟରେ  ଏହି ଘଟଣା ଘଟିଛି। ଏହା ମଧ୍ୟ ପଢନ୍ତୁ- ମା' କୋଳକୁ ଫେରିବ ଅପହୃତ ଶିଶୁପୁତ୍ର, ବାଲେଶ୍ଵରରୁ ଉଦ୍ଧାର କଲା ପୋଲିସ, ପିଲା ଚୋର ଗିରଫ

ସୂଚନା ମୁତାବକ,  ଆଜି ସକାଳୁ  ବି.ପଦ୍ମାବତୀ ନାମକ ଜଣେ ସ୍ଥାନୀୟ ମହିଳା ପ୍ରାତଃ ଭ୍ରମଣରେ ଯାଇଥିଲେ । ପ୍ରାୟ ସାଢେ ୭ ଟା ସମୟରେ  ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ବନ୍ଧୁକ ଦେଖାଇ ସୁନା ମଙ୍ଗଳସୂତ୍ର ଝାମ୍ପି ନେଉଥିଲେ। ହେଲେ ମଙ୍ଗଳସୁତ୍ରଟି ଛିଡି ଯିବାରୁ  ମଙ୍ଗଳସୁତ୍ରର କିଛି ଭାଗ ଦୁର୍ବୃତ୍ତମାନେ ଧରି ଚମ୍ପଟ ମାରିଛନ୍ତି। ଏନେଇ ଖବରପାଇ  ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ପହଞ୍ଚି ତଦନ୍ତ କରୁଥିବା କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.