ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଶିମିଳିପାଳ ପାଦଦେଶ ଜନବସତିରେ ବୁଲୁଛି କଳାବାଘ, ମାନିଲା ବନ ବିଭାଗ

Published By : Prameya | April 14, 2025 9:06 AM

ବାଙ୍ଗିରିପୋଷି, ୧୪/୩ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶିମିଳିପାଳ ପାଦ ଦେଶରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହେବ ଏକ କଳାବାଘ ଆତଙ୍କ ସୃଷ୍ଟି କରୁଛି। ବଡ଼ଗାଁ ଓ ତାଳ ବନ୍ଧ ରେଞ୍ଜ ଅଞ୍ଚଳର ବିଭିନ୍ନ ଜନବସତିକୁ ପଶିଯାଇ ଗୃହପାଳିତ ପଶୁମାନଙ୍କୁ ଶିକାର କରୁଛି। ଖାସ କରି ଚାକିଡି ଓ ସୋରିଷପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ଏହି କଳାବାଘଟି ୨୫ ରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁକୁ ଶିକାର ମଧ୍ୟ କରିସାରିଛି। ତେବେ କଳାବାଘର ସ୍ଥିତି ନେଇ ବନ ବିଭାଗ ଅସ୍ବୀକାର କରିଆସୁଥିବା ବେଳେ କିଛି ଗ୍ରାମବାସୀଙ୍କ ଦ୍ଵାରା ଏକ ଭିଡିଓ ଭାଇରାଲ ହେବା ପରେ କଳାବାଘ ଗ୍ରାମାଭିମୁଖି ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଅଛି। 

ଚାକିଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାସିଲକଚା ଗ୍ରାମ ନିକଟରେ କିଛି ଗ୍ରାମବାସୀ ଗୋରୁ ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ପଷ୍ଟ ଦିବାଲୋକରେ ସେମାନଙ୍କ ଅନତିଦୂରରେ ରାସ୍ତା କୋଡରେ ବାଘଟି ଶିକାର ଉଦ୍ଦେଶ୍ୟରେ ଲୁଚି ରହିଥିଲା। ଗ୍ରାମବାସୀମାନେ ପାଟି କରି ଘୋଉଡାଇବା ସହ କୁକୁରମାନେ ଭୁକିବାରୁ ବାଘଟି ସେଠାରୁ ଦୌଡି ପଳାଇଥିଲା। ଏହି ସମୟରେ କିଛି ଯୁବକ ବାଘଟିର ଭିଡିଓ କରିଥିଲେ। ଏହାପରେ ଭିଡିଓଟି ଭାଇରାଲ୍ ହୋଇଥିଲା। ଏହି ଘଟଣା ପ୍ରଥମେ ପ୍ରମେୟ ମଧ୍ୟମରେ ଲୋକଲୋଚନକୁ ଆସିଥିଲା। 

ବନ ବିଭାଗ ଭିଡିଓର ସତ୍ୟତା ଯାଞ୍ଚ କଲାପରେ କଳାବାଘର ଉପସ୍ଥିତି ନେଇ ବଡ଼ଗାଁ ରେଞ୍ଜର ମନୋଜ ନାଏକ ସ୍ପଷ୍ଟ କରିଛନ୍ତି। ବାଘଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଏହାର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ନିଜର ଗୃହପାଳିତ ପଶୁଙ୍କୁ ହରାଇ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ସତର୍କ ସୂଚନା ନେଇ ଗ୍ରାମ ଗୁଡିକରେ ବିଭାଗ ତରଫରୁ ବୈଠକ ମଧ୍ୟ କରାଯାଉଥିବା ଜଣାପଡ଼ିଛି।

ଏହି ଖବରଟିକୁ ପଢନ୍ତୁ-ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.