ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ସଦର ବ୍ଲକର ୫ଟି ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

Published By : Prameya | April 11, 2025 9:19 PM

କେନ୍ଦୁଝର ସଦର,୧୧/୪ : ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ. ବି. ପିଏମ୍. ଜେ. ଏ. ୱାଇ) ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି. ଜେ. ଏ. ୱାଈ) ର ନୂଆ ଏକ କାର୍ଡର ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା (ଜି. ଜେ. ଏ. ୱାଈ) ର ବଣ୍ଟନ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଶଙ୍କିରୀ ପଞ୍ଚାୟତ ଜଡ଼ିପଦା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ମଧ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ସମ୍ମାନୀତ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଆୟୁଷ୍ମାନ ଭାରତ ସଂପର୍କରେ ଲୋକଙ୍କୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। 

ସଦର ନିର୍ବାଚନ ମଣ୍ଡଳୀର ସଂଯୋଜକ ବିବେକାନନ୍ଦ ମହାନ୍ତ, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ନାୟକ, ନୂଆଗାଁ ପଞ୍ଚାୟତ ସରପଞ୍ଚ ଆର୍ଶୀବାଦ ନାୟକ, ସମାଜସେବୀ ସହଦେବ ମୁଣ୍ଡା, ଗୋବର୍ଦ୍ଧନ ସରପଞ୍ଚ ସଞ୍ଜୟ ମୁଣ୍ଡା, ସମିତି ସଭ୍ୟା ଶାନ୍ତିଲତା ମହାନ୍ତ, ସମିତି ସଭ୍ୟ ପଟେଲ ପରିଡ଼ା, ସିଦ୍ଧାର୍ଥଶଙ୍କର ସାହୁ, ପିଇଓ ବିନୋଦ ବିହାରି ସାହୁ, ସନ୍ତୋଷ ନାୟକ, ତୁଷାରକାନ୍ତ ସୋରେନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭରେ ୨୫ଜଣଙ୍କୁ ନୂଆ ଏକକ କାର୍ଡ ବିତରଣ କରିଛନ୍ତି । କାର୍ଯ୍ୟକ୍ରମରେ ଜିପିଓ ସଞ୍ଜୟ ମହାନ୍ତ ମଞ୍ଚ ପରିଚଳନା ସହ ଅତିଥି ପରିଚୟ ପ୍ରଦାନ  କରିଥିବା ବେଳେ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଛନ୍ତି। 

ସେହିପରି ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ମଇଦାନକେଲ୍ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ବରଦାପାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଜଗନ୍ନାଥପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ୟ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକୁ ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଶିବ ଚରଣ ବାଘ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଆୟୁଷ୍ମାନ ଭାରତ କାର୍ଯ୍ଯକ୍ରମ ଜାରୀ ରହିବ  ପର୍ଯ୍ୟାୟକ୍ରମେ ଯୋଗ୍ୟ ହିତାଧିକାରୀ ନିକଟରେ କାର୍ଡ ପହଁଚିବ ବୋଲି ସୂଚନା ଦେଇଛନ୍ତି। ଲୋକମାନେ କଟକ ବାଲିଯାତ୍ରା ପଡ଼ିଆରୁ ରାଜ୍ୟ ସ୍ତରୀୟ ଆୟୁଷ୍ମାନ ଭାରତ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲଡି ମାଧ୍ୟମରେ ସିଧା ପ୍ରସାରଣକୁ ଦେଖିଥିଲେ। ଆୟୁଷ୍ମାନ ଭାରତ ପ୍ରଧାମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା  ସାମିଲ ହୋଇଥିବା ହିତାଧିକାରୀ ବେଶ ଉତ୍ସାହିତ ହୋଇ ଖୁସି ହେବା ସହିତ ମୋହନ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରି କହିଛନ୍ତି ଏହି କାର୍ଡ ଦେଶର କୋଣ ଅନୁକୋଣରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କାମ ଦେବ ଯାହା ଆମ ପିଲା ମାନେ ବାହାର ରାଜ୍ୟରେ କାମ କରୁଛନ୍ତି । ଆବଶ୍ୟକ ପଡ଼ିଲେ ସେଠାରେ ମଧ୍ଯ ଲାଭ ଉଠାଇ ପାରିବେ ବୋଲି ହିତାଧିକାରୀ ଅହଲ୍ୟା ସାହୁ , ବୁଧୁରାମ ଓରାମ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.