ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ମା' ତାରିଣୀଙ୍କ ଚଇତି ପର୍ବ ଆରମ୍ଭ: ୫୦ ଲକ୍ଷର ସ୍ୱର୍ଣ୍ଣ ମୁକୁଟ ହେଲେ ଶ୍ରଦ୍ଧାଳୁ, ବଣ୍ଟନ ପୂର୍ବରୁ ଯାଞ୍ଚ ହେବ ପ୍ରସାଦ

Published By : Harapriya Sethi | April 9, 2025 8:20 AM

ଘଟଗାଁ, ୦୯/୦୪: ଅନ୍ତ ହେଲା ବର୍ଷକର ଅପେକ୍ଷା । ମିଳିଛି ମା’ଙ୍କ ଅପରୂପ ଦର୍ଶନ । ୭ ଦିନ ଧରି ଚାଲିବ ଏହି ମହାଆୟୋଜନ । ଏହାକୁ ନେଇ ସବୁରି ମନରେ ଆନନ୍ଦ, ଉଲ୍ଲାସ ଆଉ ଅସୁମାରୀ ଉତ୍ସାହ । ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ମା’ ତାରିଣୀ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ୮୯ତମ ଚଇତି ପର୍ବ । ଦୁଃଖ ହାରିଣୀ, ସଙ୍କଟ ନାଶିନୀ, ନଡ଼ିଆ ରାଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ବର୍ଷ ଠାରୁ ଆହୁରି ଆଡମ୍ବରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷ ଚଇତି ପର୍ବର ସୁପରିଚାଳନା ପାଇଁ ଘନ ଘନ ବୈଠକ ହୋଇଥିଲା । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।  ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିକଟସ୍ଥ ବସୁଆଁ ଗ୍ରାମର ବାସିନ୍ଦା ତଥା ବାସୁକିନାଥ ରୋଡୱେଜ, ମା’ ତାରିଣୀ ଆଣ୍ଡ୍‌ କୋର ପ୍ରୋପାଇଟର ବଜରଙ୍ଗ ଅଗ୍ରୱାଲା ମଙ୍ଗଳବାର ଘଟଗାଁ ମା’ ତାରିଣୀଙ୍କ ଉଦ୍ଦେଶ୍ୟରେ ୫୦ ଲକ୍ଷ ଟଙ୍କାରେ ତିଆରି ଏକ ସ୍ୱର୍ଣ୍ଣ ମୁକୁଟ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ସୁନାରେ ତିଆରି ଅନ୍ୟ ଆଭୂଷଣ ଯଥା-ଆଖି ପତା, ନାକ ଗୁଣା, କାନଫୁଲ, ମଥା ବିନ୍ଦି, ମା’ଙ୍କ ଅଙ୍ଗବସ୍ତ୍ର ସହି ସମସ୍ତ ପୂଜକଙ୍କ ଲାଗି ନୂତନ ବସ୍ତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଚଇତି ପର୍ବର ପ୍ରଥମ ଦିନରେ ମା’ ତାରିଣୀଙ୍କୁ ଏହି ସ୍ୱର୍ଣ୍ଣ ମୁକୁଟ ପିନ୍ଧାଇବା ଲାଗି ଅନୁରୋଧ କରିଛନ୍ତି ଶ୍ରୀ ଅଗ୍ରୱାଲ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଚଇତି ପର୍ବର ୭ ଦିନରେ ୭ ଜଣ ଦାତବ୍ୟ ବ୍ୟକ୍ତି ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବିତରଣ କରିବେ । କିନ୍ତୁ ପ୍ରସ୍ତୁତ ହେବା ପରେ ସର୍ବପ୍ରଥମେ ଅନ୍ନ ପ୍ରସାଦକୁ ଯାଞ୍ଚ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.