ଘଟଗାଁ, ୮/୪ : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ଲକ୍ଷ ଟଙ୍କାର ସୁନା ଦାନ କରିଛନ୍ତି। ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହୃତ ଅଳଙ୍କାର ୨୫ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦାନ କରିଥିବା ଭକ୍ତ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ । ମା’ଙ୍କ ନିକଟରେ ମାନସିକ ରଖିଥିଲେ, ତାଙ୍କର ମନସ୍କାମନା ପୂରଣ ହେବାରୁ ସେ ମା’ଙ୍କୁ ପାଖାପାଖି ୫୦ଲକ୍ଷ ଟଙ୍କାର ସୁନା ଦାନ କରିଛନ୍ତି।

ମୁର୍ସିଦାବାଦ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କୁ...