ପ୍ରମୂଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ : ବଜ୍ରାଘାତରେ ଜଳିଗଲା ଖଜୁରୀ ଗଛ, ଉଡିଗଲା 5T ବିଦ୍ୟାଳୟର ଛପର

Published By : Prameya | April 11, 2025 12:24 PM

ଭୁବନେଶ୍ଵର, ୧୧/୦୪ : କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ବଜ୍ରାଘାତରେ ଜଳିଗଲା ଖଜୁରୀ ଗଛ। ପବନରେ ଉଡ଼ିଗଲା 5T ବିଦ୍ୟାଳୟର ଛପର। ଗୁରୁବାର ଅପରାହ୍ନରେ କାଳବୈଶାଖୀ ଯୋଗୁଁ ବିଜୁଳି ଓ ଘଡଘଡି ମାରିଥିଲା। ଏହାର ପ୍ରଭାବରେ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନରଦା ଗାଁର ଚିନ୍ତାମଣି ପଲ୍ଲେଇଙ୍କ ଘର ଅଗଣାରେ ଥିବା ଏକ ଖଜୁରୀ ଗଛ ବଜ୍ରପାତ ଯୋଗୁଁ ଜଳି ଯାଇଥିଲା। ଏହା ସହ ନିକଟରେ ଥିବା ଏକ କୁଟା ବଗାଡି ମଧ୍ୟ ଜଳିଯାଇଥିଲା। 

ସେହିପରି ଘଟଗାଁ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ବିଦ୍ୟାପୀଠ ପୁରୁମୁଣ୍ଡାର 5T ବିଦ୍ୟାଳୟର ଆଜବେଷ୍ଟସ୍ ଛପର ଉଡ଼ିଯାଇଥିଲା। ଯାହାଫଳରେ ବର୍ଷା ପାଣି ପଶି ବିଦ୍ୟାଳୟର ବହୁ ଦରକାରୀ କାଗଜପତ୍ର ସହ ଆସବାବପତ୍ର ନଷ୍ଟ ହୋଇଥିବା ସ୍କୁଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସ୍କୁଲ ଗୃହର ଛପର ଉଡିଯାଇଥିବାରୁ ଆଜି ବିଦ୍ୟାଳୟରେ ପଠା ପଢା ବନ୍ଦ ରହିଛି। 

ଏହି ଖବରଟିକୁ ପଢନ୍ତୁ- ବଦଳିଲା ପାଗ, ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ: ଆଜି ୧୪ ଜିଲ୍ଲା, କାଲି ୧୬ ଜିଲ୍ଲାକୁ ବର୍ଷା ଆଲର୍ଟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.