ଭୁବନେଶ୍ୱର,୧୧/୦୪: ଶୁକ୍ରବାରଠାରୁ କାଳବୈଶାଖୀର  ପ୍ରଭାବ ବଢ଼ିପାରେ । ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ  ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା  ଓ ପବନ ହେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି । ଏ  ସବୁ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ  ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । 

ଶନିବାର ଅର୍ଥାତ ୧୨  ତାରିଖରେ ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା,  ମୟୂରଭଞ୍ଜ ଓ କେନ୍ଦୁଝରରେ ଘଡ଼ଘଡ଼ି  ସହିତ ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବି ବହିବ ।  ୧୩ ରୁ ୧୬ ତାରିଖ ଯାଏ ବିଭିନ୍ନ  ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଗୁରୁବାର କାଳବୈଶାଖୀ ପ୍ରଭାବରେ କେନ୍ଦୁଝରରେ ୧୯.୩ମିମି ଓ ଦାରିଙ୍ଗିବାଡ଼ିରେ ୧୦ମିମି  ବର୍ଷା ରେକର୍ଡ ହୋଇଛି।