ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ରାଜଧାନୀରେ ଦୃଷ୍ଟିବାଧିତ ମା’କୋଳରୁ ଦେଢ଼ ବର୍ଷର ପୁଅ ଚୋର ଘଟଣା:ସିସିଟିଭି ଫୁଟେଜରୁ ୨ ଅପହର୍ତ୍ତାଙ୍କ ସଂପୃକ୍ତି ସ୍ପଷ୍ଟ

Published By : Prameya | April 14, 2025 11:39 AM

ଭୁବନେଶ୍ୱର,୧୪/୦୪:  ରାଜଧାନୀରେ ଶିଶୁ ଚୋରି ଅଭିଯୋଗକୁ ବିତିଲାଣି ୩୦ ଘଣ୍ଟା । ଏ ଯାଏ ଅପହରଣକାରୀଙ୍କ ମିଳିନି ପତ୍ତା । ରବିବାର ଦୃଷ୍ଟିବାଧିତ ଭିକ୍ଷୁକ ମା’ କୋଳରୁ ଦେଢ଼  ବର୍ଷର ଶିଶୁପୁତ୍ରକୁ କେହି ଚୋରି କରି  ନେଇଥିବା ଖାରବେଳନଗର ଥାନାରେ  ଅଭିଯୋଗ ହୋଇଥିଲା । ଜନଗହଳିପୂର୍ଣ୍ଣ ରାମ  ମନ୍ଦିର ସମ୍ମୁଖରୁ ଶିଶୁ ଚୋରି ଘଟଣାକୁ କମିଶନରେଟ୍‌ ପୁଲିସ ଅତି ଗମ୍ଭୀରତାର ସହ  ନେଇଛି । ଖାରବେଳନଗର ଥାନା ପୁଲିସ  ରାମମନ୍ଦିର ସମ୍ମୁଖ ଏବଂ ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ  କରି ଏହି ପିଲା ଚୋରି ଘଟଣାରେ ୨ ଜଣଙ୍କ ସଂପୃକ୍ତି ଥିବା ଜାଣିବାକୁ ପାଇଛି । ଶିଶୁକୁ ଉଦ୍ଧାର କରିବାକୁ କମିଶନରେଟ୍‌ ପୁଲିସର  ୩ଟି ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ  କରୁଛି । ସେପଟେ ସିଡବ୍ଲ୍ୟୁସି ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି

ସ୍ୱାମୀ ପରିତ୍ୟକ୍ତା ଜୟନ୍ତୀ ମଲ୍ଲିକ  ଖାରବେଳନଗର ଥାନାରେ କରିଥିବା  ଅଭିଯୋଗ ମୁତାବକ, ସେ ନୀଳାଦ୍ରିବିହାର  କନ୍ୟାଶ୍ରମ ସ୍ଥିତ ଘରେ ରହୁଥିଲେ । ତାଙ୍କର ଗୋଟିଏ ୭ ବର୍ଷର ଝିଅ ଓ ଦେଢ ବର୍ଷର  ପୁଅ ଅଛନ୍ତି । ସେ ଦୀର୍ଘ ୫ ବର୍ଷ ଧରି ରାମ  ମନ୍ଦିର ସମ୍ମୁଖ ଫୁଟ୍‌ପାଥରେ ଭିକ୍ଷାବୃତ୍ତି କରି  ଆସୁଛନ୍ତି । ଶନିବାର ଅପରାହ୍ଣରେ ବର୍ଷା  ହେବାରୁ ସେ ଆଉ ଘରକୁ ଫେରିପାରି  ନଥିଲେ । ଦୁଇ ଛୁଆଙ୍କୁ ଧରି ରାମ ମନ୍ଦିର ସମ୍ମୁଖ ଫୁଟ୍‌ପାଥରେ ଶୋଇପଡ଼ିଥିଲେ ।  ରାତି ୧୨ଟାରୁ ୨ଟା ମଧ୍ୟରେ  ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚିଥିଲେ ।  ସେ ମୋ ପୁଅ ସହିତ ଖେଳାଖେଳି  କରିଥିଲେ । ତାକୁ ୨ଟି ୧୦ ଟଙ୍କିଆ ଜୁସ୍‌  ଆଣି ପିଇବାକୁ ଦେବା ସହ ତା’ ସହ  ମୋବାଇଲରେ ଖେଳୁଥିଲେ । ଏହି ସମୟ ମଧ୍ୟରେ ତାଙ୍କ ଆଖି ଲାଗି ଯାଇଥିଲା । ରାତି  ପ୍ରାୟ ୩ଟାରେ ସେ ଦେଖିବାବେଳକୁ ତାଙ୍କ  ପୁଅ ସେଠାରେ ନଥିଲା । ପୁଅ ସଂପର୍କରେ  ସେ ଆଖପାଖ ଲୋକଙ୍କୁ ପଚରାଉଚରା  କରିଥିଲେ ମଧ୍ୟ ପତ୍ତା ପାଇନଥିଲେ ।  କେହି ଅଙ୍ଗତସ୍କରୀ ତାଙ୍କ ପୁଅକୁ ଚୋରି  କରି ନେଇଥିବା ସେ ଅଭିଯୋଗ କରିଛନ୍ତି । 

ଅଭିଯୋଗ ପାଇ ପୁଲିସ ସଙ୍ଗେ  ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ  ଆଖପାଖରେ ଖୋଜାଖୋଜି କରିଥିଲା ।  ରାମ ମନ୍ଦିର ସମ୍ମୁଖରେ ଲାଗିଥିବା ସିସିଟିଭି  ଓ ଖାରବେଳନଗର ଥାନା ଏବଂ ବିଭିନ୍ନ  ଟ୍ରାଫିକ୍‌ ଛକ ମାନଙ୍କରେ ଲାଗିଥିବା ସିସିଟିଭି  ଫୁଟେଜକୁ ପୁଲିସ ଯାଞ୍ଚ କରିଥିଲା । ପ୍ରାୟ  ୮ଟି ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ  ୨ ଜଣ ଯୁବକ ଏକ ବାଇକ୍‌ରେ ଶିଶୁ  ପୁତ୍ରଟିକୁ ରାମ ମନ୍ଦିର ସମ୍ମୁଖରୁ ନେଇ ଖାରବେଳନଗର ଥାନା ସମ୍ମୁଖ, ମାଷ୍ଟର କ୍ୟାଣ୍ଟିନ ଛକ ଓ ରାଜମହଲ ଛକ ଦେଇ ଯାଇଥିବା  ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।  ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ  ନିର୍ଦ୍ଦେଶରେ ଖାରବେଳନଗର ଥାନା ଆଇଆଇସି  ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ୩ଟି ସ୍ୱତନ୍ତ୍ର ଟିମ୍‌ ପିଲାକୁ ଖୋଜିବାରେ ଲାଗିଛନ୍ତି । ଅଙ୍ଗ ତସ୍କରୀ ଗ୍ୟାଙ୍ଗ୍‌ ଏହି ପିଲାକୁ  ଚୋରି କରିଛନ୍ତି କି କେହି ନିଃସନ୍ତାନ ଏହି ପିଲା ଚୋରିରେ  ସଂପୃକ୍ତ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଚଳାଇଛି ।  ୩୬ ଘଣ୍ଟା ପରେ ବି ଚୋରି ଶିଶୁପୁତ୍ର ଉଦ୍ଧାର  ହୋଇ ନଥିବା ଜଣାପଡ଼ିଛି ।  ସେପଟେ ରୁଚିକା ଚାଇଲ୍ଡଲାଇନ୍‌ କର୍ମକର୍ତ୍ତାମାନେ  ମଧ୍ୟ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ  ନେଇ ଶିଶୁକୁ ଖୋଜିବାରେ ସହାୟତା କରୁଛନ୍ତି । ଏନେଇ  ରୁଚିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ବେଣୁଧର  ସେନାପତି ପକ୍ଷରୁ ଡିସିପିଓ ଓ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କୁ  ଅବଗତ କରାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.