ପ୍ରମୂଖ ଖବର
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜଧାନୀକୁ ଛୁଇଁଲା ୭୭, ସ୍ୱପ୍ନର ସହର ଭୁବନେଶ୍ୱର....

Published By : Ankita S | April 13, 2025 8:16 AM

ଭୁବନେଶ୍ୱର,୧୩/୦୪; ରାଜଧାନୀ ଭୁବନଶ୍ୱରର ଆଜି ପ୍ରତିଷ୍ଠା ଦିବସ । ୭୭ ବର୍ଷରେ ପାଦ ଥାପିଛି ଆମ ରାଜଧାନୀ । ସେବେରୁ ଏବେ ଭୁବନେଶ୍ୱରରେ ଆକାଶ ପାତାଳ ଫରକ । ୧୯୪୮ରୁ ୨୦୨୫ର ଲମ୍ବା ଯାତ୍ରାରେ ସହର ଆଗକୁ ବଢିଛି । ସଫଳତା ସାଉଁଟିଛି । ବିଶ୍ୱ ଦରବାରରେ ପରିଚୟ ହାସଲ କରିଛି । ମନ୍ଦିର ମାଳିନୀ ନାମ ଯାହାର..ଯେଉଁଠି ପୂଜା ପାଆନ୍ତି ପ୍ରଭୁ ଲିଙ୍ଗରାଜ । କେତେ ଯେ ସ୍ମୃତି ଦେଇଛି ନନ୍ଦନକାନନ । ଅତୀତ ଆଇନାରେ ସ୍ମୃତି ରଖିଛି ସେ ସାଇତି । ସ୍ୱପ୍ନର ସହର... ଭିଡର ଭୁବନେଶ୍ୱର । ଆମର ତୁମର ସମସ୍ତଙ୍କର ପ୍ରିୟ ସହର । ରାତି ପାହିଲେ ତାର ଛାତି ଉପରେ ଧାଁ ଦୌଡ଼ କରେ ଜୀବନ । ସେ ଆମ ରାଜଧାନୀ ଭୁବନେଶ୍ୱର । ସୁନେଲି ସ୍ୱପ୍ନର ମଞ୍ଜି ବୁଣି ଆଗକୁ ଆଗକୁ  ଦୌଡ଼ୁଛି ଭୁବନେଶ୍ୱର ।

୧୯୪୮ ମସିହା ଆଜିର ଦିନରେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ଦେଶର ପ୍ରଥମ ପ୍ରାଧନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓଡ଼ିଶାର ନୂଆ ରାଜଧାନୀର ଶିଳାନ୍ୟାସ କରିଥିଲେ । ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରଥମେ ନକ୍ସା ତିଆରି ହୋଇଥିଲା । ଏବେ ସମୟ ସହ ତାଳ ଦେଇ ଆଗକୁ ବଢୁଛି ଭୁବନେଶ୍ୱର । ଅନେକ ବାଧାବିଘ୍ନ ସହି ରାଜଧାନୀ ଆଜି ସମୃଦ୍ଧ ହୋଇଛି । ସ୍ୱପ୍ନର ସହର ପାଲଟିଛି । ଐତିହ, କୀର୍ତ୍ତିରାଜି, ମନ୍ଦିରରେ ଭରପୁର ଭୁବନେଶ୍ୱର ଆଜି ବିଶ୍ୱ ଦରବାରରେ ପରିଚୟ ପାଇଛି । କ୍ରୀଡା, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ସୁନାମ ଆଣିଛି ଆମ ସହର ।  ବଣ, ପାହାଡ଼ ଘେରା ସ୍ଥାନରେ ଆଜି ସୁଉଚ୍ଚ ଅଟାଳିକା ଛିଡା ହୋଇଛି । ରାଜଧାନୀ ରାସ୍ତାରେ ଛିଡା ହୋଇଛି ବଡ ବଡ ଓଭରବ୍ରିଜ୍ । ରାସ୍ତାଘାଟ ଆଜି ଚକାଚକ ହୋଇଛି ।  ସ୍ମାର୍ଟ ସିଟି ହୋଇଛି ଆମ ସହର । ମେଟ୍ରୋ ଦଉଡିବାକୁ ପ୍ରସ୍ତୁତ ହେଉଛି । ରିଙ୍ଗରୋଡ଼, ଏଲିଭେଟେଡ କରିଡର ନ୍ୟୁ ସିଟି ପରିକଳ୍ପନାର ନିଅଁ ପଡ଼ିଛି । ୨୦୧୮ ଓ ୨୦୨୩ରେ ଅନୁଷ୍ଠିତ ହକି ବିଶ୍ୱକପ ବିଶ୍ୱରେ ଭୁବନେଶ୍ୱରକୁ ପରିଚିତ କରିଛି ।

ସହର କିଛି ସମସ୍ୟା ପାଇଁ ଅପବାଦ ବି ମୁଣ୍ଡାଇଛି ।  ବର୍ଷାଦିନ ଆସିଲେ କ୍ରୃତିମ ବନ୍ୟା ରାଜଧାନୀ ବାସୀଙ୍କୁ ନାକେଦମ କରିଛି । ଡେନେଜ ସିଷ୍ଟମ, ଜବରଦଖଲ ଓ ଟ୍ରାଫିକ୍ ଯନ୍ତ୍ରଣାର ବୁଢିଆଣୀ ଜାଲ ଅଣନିଶ୍ବାସୀ କରିଛି । ତଥାପି ବିକାଶର ସ୍ରୋତରେ ପସନ୍ଦର ସହର ପାଲଟିଛି । କିଛି ସମସ୍ୟା ଅଛି ଯାହା ସମାଧାନ ହେବା ଦରକାର । ସହର ପାଇଁ ଏ ସମସ୍ୟା ଆହ୍ୱାନ ପାଲିଟିଛି । ସମସ୍ୟାର ସମାଧାନ ହେଲେ ଆହୁରି ସୁନ୍ଦର ସମୃଦ୍ଧ ହେବ ଆମ ଭୁବନେଶ୍ୱର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.