ଗୋପାଳପୁର, ୧୨/୪ : ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୯ ତାରିଖଠାରୁ ୧୨ପର୍ଯ୍ୟନ୍ତ ଚାଲିଥିବା ପୁରୁଷ ଓ ମହିଳା ରାଜ୍ୟସ୍ତରୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ୨ ଟି ସ୍ବର୍ଣ୍ଣ ପଦକ, ୨ ଟି ରୌପ୍ୟ ଓ ୩ ଟି କଂସ୍ୟ ହାସଲ କରିଛି l ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜର ରତ୍ନାକର ପାଲଟା ସିଂ ଜାଭଲିଂ ଥ୍ରୋ ସ୍ବର୍ଣ୍ଣ ପଦକ, ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜର ନିର୍ମଳ ଜେନା ଡିସ୍କସ ଥ୍ରୋ ସ୍ବର୍ଣ୍ଣ ପଦକ, ସଟଫୁଟରେ ରୌପ୍ୟ, ହାମାର ଥ୍ରୋରେ ବ୍ରୋଞ୍ଚ ପଦକ, ରାଇକିଆ ଜେ.ଜେ.ମହାବିଦ୍ୟାଳୟର ଆକାଶ ସିଂ ୫ ହଜାର ମିଟର ଦୌଡ଼ରେ ରୌପ୍ୟ, ବ୍ରହ୍ମପୁର ଗାନ୍ଧୀ ଗ୍ଲୋବାଲ ବିଜନେଶ ଷ୍ଟଡିସର ପାୟଲ ସାହୁ ଡିସ୍କସ ଥ୍ରୋରେ ରୌପ୍ୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ସପ୍ନl ମାଡ଼ାଙ୍ଗୀ ଜାଭଲିଂ ଥ୍ରୋରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l
ଆଜି ଉଦଯାପନୀ ଉତ୍ସବରେ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, କୁଳସଚିବ ଡ଼.ନୁର୍ପରାଜ ସାହୁ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ତୁଷାର କାନ୍ତି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼.ଦେବେନ୍ଦ୍ର ମାହାଲିକ, କ୍ରୀଡ଼ା ଅଧିକାରୀ ଡ଼.ଅବିନାଶ କର ପ୍ରମୁଖ ଯୋଗଦେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବିଜେତାଙ୍କୁ ମେଡେଲ, ପ୍ରମାଣପତ୍ର ସହ ୩୦ ହଜାର ଅର୍ଥରାଶି, ରୌପ୍ୟ ପଦକଙ୍କୁ ମେଡେଲ, ପ୍ରମାଣପତ୍ର ସହ ୧୫ ହଜାର ଅର୍ଥରାଶି,ବ୍ରୋଞ୍ଚ ପଦକଙ୍କୁ ମେଡେଲ,ପ୍ରମାଣପତ୍ର ସହ ୧୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିବା ଦଳରେ ଗସ୍ତ କରିଥିବା ମେନେଜର ରବି ଚରଣ ମିଶ୍ର,କ୍ରୀଡ଼ା ପରିଷଦର ରାଜେଶ ମହାନ୍ତି ସୂଚନା ଦେଇଛନ୍ତି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପଦକ ହାସଲ କରିଥିବାରୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି l