ଝାରସୁଗୁଡା ୧୨/୦୪: ଝାରସୁଗୁଡା- ବେଲପାହାଡ ରାସ୍ତାରେ ଏନକାଉଣ୍ଟର । ନାବାଳିକା ଦୁଷ୍କର୍ମ ମାମଲାରେ ଫେରାର ଉଦ୍ୟମ ବେଳେ ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ। ଆହତ ଦୁଇ ଅଭିଯୁକ୍ତ ସେଖ୍ ଆଶିଷ୍ ସହ ଅଭିଷେକ ବାରିକକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି। ଶୁକ୍ରବାର ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଥିବା ନେଇ ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍ପି ସୂଚନା ଦେଇଛନ୍ତି।।
ସୂଚନା ଅନୁଯାଇ, ଶୁକ୍ରବାର ଦିନ ବେଲପାହାଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ଶେଖ୍ ଆସିଫ୍ ଓ ଅଭିଷେକ ବାରିକ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ ବେଳେ ପୋଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସର ଚେତାବନୀ ପରେ ବି ଅପରାଧୀମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଦୁଇ ଅପରାଧୀଙ୍କୁ ଗୁଳି ମାରିଥିଲା । ଯାହା ଅପରାଧୀଙ୍କ ଗୋଡ଼ରେ ବାଜିଛି । ଆଉ ଦୁଇ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିଲେ । ଏହାପରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।