ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଫାଶିଗୁଡ଼ା ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya | April 12, 2025 10:59 AM

ଗଞ୍ଜାମ ୧୨/୦୪: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶିଗୁଡ଼ା ଗାଁରେ ଅଭାବନୀୟ ଘଟଣା। ଘର ଭିତରୁ ମିଳିଲା କିନ୍ନରଙ୍କ ଝୁଲନ୍ତା ମୃତଦେହ। ମୃତକ ଜଣକ କୋଟିନଡ଼ା ଗ୍ରାମର ଅଜିତ ବିଷୋୟୀ ଓରଫ ଅଞ୍ଜଳି ବୋଲି ସୂଚନା ମିଳିଛି। କିନ୍ନର ଜଣକ କାହିଁକି ଆତ୍ମହତ୍ୟା କଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ସୂଚନା ଥାଉକି, ଶୁକ୍ରବାର ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ କିନ୍ନର ଜଣକ ଅଭିନୟ କରିଥିଲେ । ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ କିନ୍ନର । ସକାଳୁ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ କିନ୍ନର ଜଣକ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ଦଣ୍ଡନାଚ କମିଟି ସଦସ୍ୟ ଏବଂ ଗ୍ରାମବାସୀ। ଏନେଇ ଦିଗପହଣ୍ଡି ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲସ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି। ତେବେ କିନ୍ନରଙ୍କ ସହଯୋଗୀ ଏବଂ ବନ୍ଧୁମାନେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.