ପ୍ରମୂଖ ଖବର
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର ବାଛୁବାରୀ ସାହିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ
  • ||

Nashik high school: ନାସିକ ସ୍କୁଲରେ ଆଶ୍ଚର୍ଯ୍ୟଜନକ ଘଟଣା: ଛାତ୍ରଙ୍କ ବ୍ୟାଗରୁ ମିଳିଲା ଚାକୁ, ବ୍ରାସ୍‌ ନକଲ୍‌ ଓ ଅନ୍ୟ ନିଷିଦ୍ଧ ଜିନିଷ

Published By : Bijay Swain | April 9, 2025 11:52 PM

Image courtesy: ndtv

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାସିକ ଜିଲ୍ଲାର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ନାସିକର ଘୋଟିସ୍ଥିତ ଏକ ଘରୋଇ ସ୍କୁଲରେ ଅଚାନକ ବ୍ୟାଗ ଯାଞ୍ଚ ସମୟରେ ଶିକ୍ଷକମାନେ ୭ମ ରୁ ୧୦ମ ଶ୍ରେଣୀର ଛାତ୍ରଙ୍କ ବ୍ୟାଗରୁ ଚାକୁ, କଣ୍ଡୋମ, ସାଇକେଲ ଚେନ୍‌, ବ୍ରାସ୍‌ ନକଲ୍‌ ଏବଂ ତାସ ଭଳି ଆପତ୍ତିଜନକ ଜିନିଷ ଉଦ୍ଧାର କରିଛନ୍ତି। ଏହି ଘଟଣା ସ୍କୁଲରେ ଛାତ୍ରଙ୍କ ଆଚରଣ ଏବଂ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

ସୂଚନା ଅନୁଯାୟୀ, କିଛି ଛାତ୍ରଙ୍କର ଅସ୍ଵାଭାବିକ କେଶ ବିନ୍ୟାସ ପାଇଁ ଅନୁଶାସନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶିକ୍ଷକମାନେ ବ୍ୟାଗ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଯାଞ୍ଚ ସମୟରେ ଉଦ୍ଧାର ହୋଇଥିବା ଜିନିଷଗୁଡ଼ିକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ରାଜ ମାଜି ନାମକ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, "ନାସିକ, ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘୋଟିର ଏକ ଘରୋଇ ସ୍କୁଲରେ ଶିକ୍ଷକମାନେ ଛାତ୍ରଙ୍କ ବ୍ୟାଗରୁ ଚାକୁ, ତାସ, କଣ୍ଡୋମ ଏବଂ ସାଇକେଲ ଚେନ୍‌ ଭଳି ଜିନିଷ ପାଇଛନ୍ତି।"

ସ୍କୁଲର ଜଣେ ଶିକ୍ଷକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, "ଏହି ଆପତ୍ତିଜନକ ଜିନିଷଗୁଡ଼ିକ ଏକାଥରକେ ମିଳି ନଥିଲା। ବିଭିନ୍ନ ଛାତ୍ରଙ୍କ ବ୍ୟାଗରୁ ବିଗତ କିଛି ଦିନ ଧରି ଏହି ସାମଗ୍ରୀ ମିଳୁଛି। ଛାତ୍ରମାନଙ୍କ ମଧ୍ୟରେ ଅପରାଧିକ ପ୍ରବୃତ୍ତି ରୋକିବା ପାଇଁ ଆମେ ପ୍ରତିଦିନ ବ୍ୟାଗ ଯାଞ୍ଚ କରୁଛୁ।" ଶିକ୍ଷକମାନେ ସନ୍ଦେହ କରୁଛନ୍ତି ଯେ କିଛି ଛାତ୍ର ମାଦକ ଦ୍ରବ୍ୟ ମଧ୍ୟ ସେବନ କରୁଥାଇ ପାରନ୍ତି। ଏପରିକି ସ୍କୁଲ ପରିସରରେ ମଧ୍ୟ ଛାତ୍ରମାନେ ନିଶା ସେବନ କରୁଥିବା ନେଇ ସନ୍ଦେହ ପ୍ରକାଶ କରାଯାଇଛି।

ଏହି ଘଟଣା ସମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଏହା ଚିନ୍ତାର କାରଣ ପାଲଟିଛି। ଏହି ଘଟଣା ଛାତ୍ରଙ୍କ ସୁରକ୍ଷା, ମାନସିକ ସ୍ଥିତି ଏବଂ ଆଚରଣ ଉପରେ ନଜର ରଖିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କୁ ବାଧ୍ୟ କରିଛି।

ଏହି ଘଟଣା ସ୍ଥାନିୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଅଧିକ ସଚେତନତା ଓ ନିୟମାବଳୀ ଲାଗୁ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଉଠିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.