ପ୍ରମୂଖ ଖବର
  • ବୈତରଣୀ ନଦୀ ପଠା ମଶାଣିରୁ ଶବ ଚୋରି ଅଭିଯୋଗ, ମୃତଦେହ ପୋତା ସ୍ଥାନରେ ପଡ଼ିଛି ମଦ ବୋତଲ
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ୧୨ରୁ ଦୁଇ ଦିନ ଯାଏ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ
  • ||
  • ଭୁବନେଶ୍ୱର : ସ୍କୁଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ, ବାରଣ୍ଡାରେ ଧାରଣା ଦେଲେ ଶତାଧିକ ଛାତ୍ରଛାତ୍ରୀ
  • ||
  • ଗୁରୁବାର ଠାକୁରଙ୍କ ଦୟଣା ଚୋରି ନୀତି, ୨ଦିନ ରତ୍ନଭଣ୍ଡାର ମରାମତି ବନ୍ଦ
  • ||
  • ବଲାଙ୍ଗିରରେ ପୁଣି ଶିଶୁ ବିକ୍ରି: ନବଜାତକକୁ ମଧ୍ୟସ୍ଥି ଜରିଆରେ ୨୦ ହଜାରରେ ବିକିଥିବା ଅଭିଯୋଗ
  • ||
  • ସମ୍ବଲପୁରରେ ସକାଳୁଆ ଅଫିସ୍, ସମୟ ସାରଣୀରେ ନାହିଁ ଲଞ୍ଚ୍ ବ୍ରେକ୍
  • ||
  • ମୟୂରଭଞ୍ଜ : ଶାଳ ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଲୁଟ୍‌ କରି ଫେରିବା ବେଳେ କାର୍‌ ଦୁର୍ଘଟଣା: ଗାଡ଼ିରୁ ସୁନା ରୁପା ସହ ଟଙ୍କା ଜବତ, ୨ ଅଟକ
  • ||
  • ଗୁରୁବାର ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||

ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ

Published By : Prameya | April 8, 2025 8:27 AM

ବାରାଣସୀ,୦୮/୦୪: ଉତ୍ତରପ୍ରଦେଶର  ବାରାଣସୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ  ଆସିଛି । ଜଣେ ୧୮ ବର୍ଷୀୟା ସ୍ନାତକ ଛାତ୍ରୀଙ୍କୁ ୨୩  ଜଣ ୭ ଦିନ ଯାଏ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚ ୨୯ରୁ  ଏପ୍ରିଲ ୪ ପର୍ଯ୍ୟନ୍ତ ତାଙ୍କୁ ୨୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ମା’ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୁଲିସ ୧୨  ଜଣ ଯୁବକ ଏବଂ ୧୧ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଥିସହ ରବିବାର ରାତିରେ ୬ ଯୁବକଙ୍କୁ ଗିରଫ କରିଛି । 

ସୂଚନା ଅନୁସାରେ, ଲାଲପୁର ପାଣ୍ଡେପୁର  ଅଞ୍ଚଳରେ ରହୁଥିବା ଯୁବତୀ ଜଣକ ଜଣେ  ଆଥଲେଟ୍‌ । ସେ ପାଠ ପଢ଼ିବା ସହ ଏକ ହୋଟେଲର ସ୍ପା ସେଣ୍ଟରରେ ବି କାମ କରନ୍ତି । ଏତଲାରେ ତାଙ୍କ ମା’ ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ମାର୍ଚ୍ଚ ୨୯ରେ କାମକୁ ଯାଇଥିଲେ। ଏପ୍ରିଲ ୪ ତାରିଖ ରାତିରେ ଘରକୁ ଫେରିଥିଲେ । ବେଳେବେଳେ କାମ ପାଇଁ ଯୁବତୀଙ୍କୁ ଦିନେ  ଦୁଇ ଦିନ ବାହାରେ ରହିବାକୁ ପଡ଼େ । କିନ୍ତୁ ଏଥର ୭ ଦିନ ଯାଏ ସେ ଘରକୁ ନ ଆସିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ । ତାଙ୍କର ସବୁ ସାଙ୍ଗମାନଙ୍କୁ ମଧ୍ୟ ଫୋନ୍‌ କରି ପଚାରିଥିଲେ । କିନ୍ତୁ ତାଙ୍କ ପତ୍ତା ପାଇ ନ ଥିଲେ । ଏପ୍ରିଲ ୪ରେ ସେ ଘରକୁ ଫେରିବା ପରେ ସବୁ କଥା ଜଣାପଡ଼ିଥିଲା । ପଚରାଉଚରା ପରେ ଯୁବତୀ ଜଣକ ସବୁ ବର୍ଣ୍ଣନା କରିଥିଲେ । 

ଯୁବତୀ ଜଣକ କହିଥିଲେ ଯେ, ସେ  ମାର୍ଚ୍ଚ ୨୯ରେ କାମରୁ ଫେରିବା ପରେ ତାଙ୍କର ଜଣେ ସାଙ୍ଗ ରାଜ ବିଶ୍ୱକର୍ମା ବାଟରେ ଦେଖାହୋଇଥିଲେ । ରାଜ ତାଙ୍କୁ ବୁଲାଇ ନେବାକୁ କହି ଏକ ହୋଟେଲକୁ ନେଇ ଯାଇଥିଲେ । ସେଠାରେ ରାଜ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ବନାଇଥିଲେ । ପରେ  ସେଠାରେ ରାଜଙ୍କ ସାଙ୍ଗ ସମୀର, ଆୟୁଷ ସିଂଙ୍କ ସମେତ ଆଉ କେତେଜଣ ଭିଡିଓ ଭାଇରାଲ  କରିଦେବାର ଧମକ ଦେଇ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କଠାରୁ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ । ଫଳରେ ସେ କାହାକୁ  ଫୋନ୍‌ କରିପାରି ନ ଥିଲେ । ପୂରା ଦିନ ତାଙ୍କୁ ଅଭିଯୁକ୍ତମାନେ ହୋଟେଲରେ ରଖିଥିଲେ । ପରେ ସେମାନେ ସେମାନଙ୍କ ଅନ୍ୟ ସାଙ୍ଗ ସାହିଲ, ଅନମୋଲ, ଦାନିଶ, ସାଜିଦ୍‌ ଏବଂ ଜାହିରଙ୍କୁ  ବି ହୋଟେଲ ଡକାଇଥିଲେ । ସେମାନେ ପୀଡ଼ିତାଙ୍କୁ ନିଶା ପଦାର୍ଥ ଶୁଂଘାଇ ଦେଇଥିଲେ । ପରେ ଗାଡ଼ିରେ ବସାଇ ମଲଦହିଆ ସ୍ଥିତ କଣ୍ଟିନେଣ୍ଟାଲ କାଫେ ନେଇଯାଇଥିଲେ । ସେଠାରେ ଅଚେତ ଅବସ୍ଥାରେ ବି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଏକ ହୁକା ବାର୍‌କୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରିଥିଲେ ।  

ସେମାନେ ପୀଡ଼ିତାଙ୍କୁ ସହରରୁ ବହୁତ ଦୂରକୁ ନେଇଯାଇଥିଲେ ଏବଂ ଘରକୁ  ଫେରିବାକୁ ଦେଇ ନ ଥିଲେ । ସହରର ବିଭିନ୍ନ  ସ୍ଥାନରେ ଅଟକି ସେମାନେ ଦୁଷ୍କର୍ମ କରିଥିଲେ  ଏବଂ ଅନେକ ଭିଡିଓ ମଧ୍ୟ ବନାଇଥିଲେ ।  କାହାରିକୁ କହିଲେ ସବୁ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏପ୍ରିଲ  ୩ ତାରିଖ ରାତିରେ ଅଭିଯୁକ୍ତ ସାଜିଦ୍‌ ପୀଡ଼ିତାଙ୍କୁ  ଏକ କାର୍‌ରେ ବସାଇଥିଲେ । କାର୍‌ରେ ମଧ୍ୟ  ୫-୬ ଜଣ ଯୁବକ ଥିଲେ । ଗାଡ଼ି ଭିତରେ ସେମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ରାସ୍ତାପାର୍ଶ୍ବରେ ଫିଙ୍ଗି ଦେଇଥିଲେ । ଯୁବତୀ  ଜଣକ ଘରେ ପହଞ୍ଚି ସବୁ କଥା କହିଥିଲେ।

୨୨୫ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.