ବାରାଣସୀ,୦୮/୦୪: ଉତ୍ତରପ୍ରଦେଶର  ବାରାଣସୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ  ଆସିଛି । ଜଣେ ୧୮ ବର୍ଷୀୟା ସ୍ନାତକ ଛାତ୍ରୀଙ୍କୁ ୨୩  ଜଣ ୭ ଦିନ ଯାଏ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ମାର୍ଚ୍ଚ ୨୯ରୁ  ଏପ୍ରିଲ ୪ ପର୍ଯ୍ୟନ୍ତ ତାଙ୍କୁ ୨୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ମା’ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୁଲିସ ୧୨  ଜଣ ଯୁବକ ଏବଂ ୧୧ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଥିସହ ରବିବାର ରାତିରେ ୬ ଯୁବକଙ୍କୁ ଗିରଫ କରିଛି । 

ସୂଚନା ଅନୁସାରେ, ଲାଲପୁର ପାଣ୍ଡେପୁର  ଅଞ୍ଚଳରେ ରହୁଥିବା ଯୁବତୀ ଜଣକ ଜଣେ  ଆଥଲେଟ୍‌ । ସେ ପାଠ ପଢ଼ିବା ସହ ଏକ ହୋଟେଲର ସ୍ପା ସେଣ୍ଟରରେ ବି କାମ କରନ୍ତି । ଏତଲାରେ ତାଙ୍କ ମା’ ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ମାର୍ଚ୍ଚ ୨୯ରେ କାମକୁ ଯାଇଥିଲେ। ଏପ୍ରିଲ ୪ ତାରିଖ ରାତିରେ ଘରକୁ ଫେରିଥିଲେ । ବେଳେବେଳେ କାମ ପାଇଁ ଯୁବତୀଙ୍କୁ ଦିନେ  ଦୁଇ ଦିନ ବାହାରେ ରହିବାକୁ ପଡ଼େ । କିନ୍ତୁ ଏଥର ୭ ଦିନ ଯାଏ ସେ ଘରକୁ ନ ଆସିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ । ତାଙ୍କର ସବୁ ସାଙ୍ଗମାନଙ୍କୁ ମଧ୍ୟ ଫୋନ୍‌ କରି ପଚାରିଥିଲେ । କିନ୍ତୁ ତାଙ୍କ ପତ୍ତା ପାଇ ନ ଥିଲେ । ଏପ୍ରିଲ ୪ରେ ସେ ଘରକୁ ଫେରିବା ପରେ ସବୁ କଥା ଜଣାପଡ଼ିଥିଲା । ପଚରାଉଚରା ପରେ ଯୁବତୀ ଜଣକ ସବୁ ବର୍ଣ୍ଣନା କରିଥିଲେ । 

ଯୁବତୀ ଜଣକ କହିଥିଲେ ଯେ, ସେ  ମାର୍ଚ୍ଚ ୨୯ରେ କାମରୁ ଫେରିବା ପରେ ତାଙ୍କର ଜଣେ ସାଙ୍ଗ ରାଜ ବିଶ୍ୱକର୍ମା ବାଟରେ ଦେଖାହୋଇଥିଲେ । ରାଜ ତାଙ୍କୁ ବୁଲାଇ ନେବାକୁ କହି ଏକ ହୋଟେଲକୁ ନେଇ ଯାଇଥିଲେ । ସେଠାରେ ରାଜ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ବନାଇଥିଲେ । ପରେ  ସେଠାରେ ରାଜଙ୍କ ସାଙ୍ଗ ସମୀର, ଆୟୁଷ ସିଂଙ୍କ ସମେତ ଆଉ କେତେଜଣ ଭିଡିଓ ଭାଇରାଲ  କରିଦେବାର ଧମକ ଦେଇ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କଠାରୁ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ । ଫଳରେ ସେ କାହାକୁ  ଫୋନ୍‌ କରିପାରି ନ ଥିଲେ । ପୂରା ଦିନ ତାଙ୍କୁ ଅଭିଯୁକ୍ତମାନେ ହୋଟେଲରେ ରଖିଥିଲେ । ପରେ ସେମାନେ ସେମାନଙ୍କ ଅନ୍ୟ ସାଙ୍ଗ ସାହିଲ, ଅନମୋଲ, ଦାନିଶ, ସାଜିଦ୍‌ ଏବଂ ଜାହିରଙ୍କୁ  ବି ହୋଟେଲ ଡକାଇଥିଲେ । ସେମାନେ ପୀଡ଼ିତାଙ୍କୁ ନିଶା ପଦାର୍ଥ ଶୁଂଘାଇ ଦେଇଥିଲେ । ପରେ ଗାଡ଼ିରେ ବସାଇ ମଲଦହିଆ ସ୍ଥିତ କଣ୍ଟିନେଣ୍ଟାଲ କାଫେ ନେଇଯାଇଥିଲେ । ସେଠାରେ ଅଚେତ ଅବସ୍ଥାରେ ବି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଏକ ହୁକା ବାର୍‌କୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରିଥିଲେ ।  

ସେମାନେ ପୀଡ଼ିତାଙ୍କୁ ସହରରୁ ବହୁତ ଦୂରକୁ ନେଇଯାଇଥିଲେ ଏବଂ ଘରକୁ  ଫେରିବାକୁ ଦେଇ ନ ଥିଲେ । ସହରର ବିଭିନ୍ନ  ସ୍ଥାନରେ ଅଟକି ସେମାନେ ଦୁଷ୍କର୍ମ କରିଥିଲେ  ଏବଂ ଅନେକ ଭିଡିଓ ମଧ୍ୟ ବନାଇଥିଲେ ।  କାହାରିକୁ କହିଲେ ସବୁ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏପ୍ରିଲ  ୩ ତାରିଖ ରାତିରେ ଅଭିଯୁକ୍ତ ସାଜିଦ୍‌ ପୀଡ଼ିତାଙ୍କୁ  ଏକ କାର୍‌ରେ ବସାଇଥିଲେ । କାର୍‌ରେ ମଧ୍ୟ  ୫-୬ ଜଣ ଯୁବକ ଥିଲେ । ଗାଡ଼ି ଭିତରେ ସେମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ରାସ୍ତାପାର୍ଶ୍ବରେ ଫିଙ୍ଗି ଦେଇଥିଲେ । ଯୁବତୀ  ଜଣକ ଘରେ ପହଞ୍ଚି ସବୁ କଥା କହିଥିଲେ।

୨୨୫ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ