ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କମିସନରେଟ୍ ପୋଲିସକୁ ବଡ଼ ସଫଳତା, ବ୍ରାଉନ୍‌ ସୁଗାର ବେପାରୀ ଶେଖ୍ ଜାମସେଦ୍‌କୁ ଏନ୍‌କାଉଣ୍ଟର୍

Published By : Prameya | April 11, 2025 8:17 AM

ଭୁବନେଶ୍ୱର ୧୧/୦୪: ରାଜଧାନୀ ଭୁବନେଶ୍ବରରେ ପୁଣି ଏନ୍‌କାଉଣ୍ଟର୍। ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍‌କୁ ଏନ୍‌କାଉଣ୍ଟର୍ କଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଶେଖ୍ ଜାମସେଦ୍‌ର ଗୋଡ଼ରେ ବାଜିଛି ଦୁଇଟି ଗୁଳି। ତାକୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଜାମ୍‌ସେଦ୍ ନାଁରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଛି।

ସୂଚନା ଅନୁଯାଇ, ବ୍ରାଉନ୍‌ ସୁଗାର ମାଫିଆ ଶେଖ୍ ଜାମସେଦ୍‌ ଖୋର୍ଦ୍ଧାରେ ବ୍ରାଉନ୍ ସୁଗାର ବିକ୍ରି ନେଇ କମିସନ୍‌ରେଟ୍ ପୋଲିସକୁ ଖବର ମିଳିଥିଲା। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଥିଲେ ସ୍ପେଶାଲ କ୍ରାଇମ୍ ୟୁନିଟ୍‌ର ଏକ ଟିମ୍। ଯୋଜନା ମୁତାବିକ ଶେଖ ଜାମସେଦକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ। ଖଣ୍ଡଗିରି କୋଳଥିଆ ନିକଟରେ ଶେଖ ଜାମସେଦକୁ ଧରିବା ବେଳେ ପୋଲିସକୁ ଦେଖି ପାଲଟା ଗୁଳି ଚଳାଇଥିଲା। ଏହାପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ୍ ପାଲଟ ଜବାବରେ ଗୁଳିମାଡ଼ କରିଥିଲା। ଯେଉଁଥିରେ ଜାମ୍‌ସେଦ୍ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ତାକୁ ଉଦ୍ଧାର କରାଯାଇ ଭୁବନେଶ୍ବରର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଚିକିତ୍ସା ଜାରି ରହିଛି। ଅନ୍ୟପଟେ ବାଇକ୍ ଏବଂ ବ୍ରାଉନ୍ ସୁଗାର ଜବତ କରି ପୋଲିସ ତଦନ୍ତ ଚଳାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.