ଭୁବନେଶ୍ୱର, ୧୯/୦୪: ରେଳଯାତ୍ରୀମାନଙ୍କୁ ସମସ୍ତ ଆବଶ୍ୟକୀୟ ସେବା ଯୋଗାଇବା ଦାବିରେ ଶନିବାର ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ କଟକ ରେଳ ଷ୍ଟେସନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଳ ବିଭାଗର ଘରୋଇକରଣକୁ ଦଳ ବିରୋଧ କରିଛି । ସମସ୍ତ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ସତ୍ତ୍ୱେ ଦୈନିକ କାହିଁକି ରେଳ ଦୁର୍ଘଟଣାମାନ ଘଟୁଛି ବୋଲି SUCI ପକ୍ଷରୁ ପ୍ରଶ୍ନ କରାଯାଇଛି ।
ଏହି ବିକ୍ଷୋଭରେ ରେଳ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ଖାଦ୍ୟ ଏବଂ ପାନୀୟ ଯୋଗାଇବା ପାଇଁ ଦାବି ହୋଇଛି । କେବଳ ସେତିକି ନୁହେଁ, ଶୌଚାଳୟ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି ।