ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଗୋରୁ ମାଫିଆ ଛୋଟା କାଳିଆ ଗିରଫ

Published By : Prameya | April 19, 2025 10:21 PM

ଆଠଗଡ଼,୧୯/୪ : କୁକ୍ଷାତ ଗୋରୁ ମାଫିଆ ଛୋଟା କାଳିଆ ଗିରଫ । ବଡ଼ମ୍ବା ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲାରେ ଜଡ଼ିତ ରହିଛି । କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର କାଳିଆ ଓରଫ ତୟାବ ଖାଁ ଗିରଫ। ଅଭିଯୁକ୍ତ କାଳିଆ ଓରଫ ତୟାବର ଘର ତିଗିରିଆ ଥାନା ଅଧୀନ ପଙ୍କାଳ ଗ୍ରାମରେ। । କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ନିର୍ଦେଶ ଅନୁଯାୟୀ ବଡ଼ମ୍ବା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତୟାବ ଖାଁକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।  

ବଡ଼ମ୍ବା ଥାନା ସମେତ ନରସିଂହପୁର, ବୈଦେଶ୍ଵର, ତିଗିରିଆ ଅଞ୍ଚଳରେ ନିଜର କାୟା ବିସ୍ତାର କରିଥିଲା ଏବଂ ଜଣେ କୁକ୍ଷାତ ଗୋରୁ ବେପାରୀ ଏବଂ ନିଜେ ମଧ୍ୟ ଗୋମାଂସ ପ୍ରସ୍ତୁତ କରି ବାହାର ରାଜ୍ୟକୁ ରପ୍ତାନି କରୁଥିଲା। ଏହି ବ୍ୟବସାୟରେ ଯୁବକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିୟୋଜିତ କରୁଥିଲା। ଗୋରୁ ଚାଲାଣ ସମେତ ବଡ଼ମ୍ବା ଧୋବଣିନାଳ ନିକଟରେ ଏବଂ ଗୋପୀନାଥପୁର ଟି-ସେତୁ ଉପରେ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଖସାଇବା ଆଦି ଅପରାଧରେ ସଂଶ୍ଳିଷ୍ଟ ଥିଲା ଛୋଟା କାଳିଆ। ଅଭିଯୁକ୍ତ କାଳିଆ ନାମରେ ବଡ଼ମ୍ବା ଥାନାରେ ତିନୋଟି ମାମଲା ଥିବା ଅନ୍ୟ ବିଭିନ୍ନ ଥାନାରେ ୧୨ରୁ ଊର୍ଦ୍ଧ୍ବ ମାମଲା ଏବଂ ଢେଙ୍କାନାଳ ଜିଲ୍ଲାରେ ଜାମିନ ବିହୀନ ଗିରଫ ପରାୱାନା ଜାରି ହୋଇଥିଲା। ଏ ନେଇ  ସୂଚନା ଦେଇଛନ୍ତି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱଜିତ୍ ମହାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.