ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଛେଦ, ଆବେଦନକାରୀଙ୍କୁ ଜରିମନା ଦେବାକୁ ନିର୍ଦ୍ଦେଶ

Published By : Prameya | April 16, 2025 6:26 PM

 ଭୁବନେଶ୍ବର,୧୬।୪ : ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ଏଥିସହ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କାର ଜରିମନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲା ପାଇଁ ଯୋଗ୍ୟ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଦେବାରେ ଆବେଦନକାରୀ ଅସମର୍ଥ ହେଲେ, ଯଦ୍ୱାରା କୋର୍ଟ ସମୟ ଅପଚୟ ହୋଇଛି। ତେଣୁ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜରିମନା ରାଶିକୁ ଦାଖଲ କରିବା ଲାଗି ବୁଧବାର ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। 

ପଦ୍ମ ପୁରସ୍କାର ପାଇଁ ଢେଙ୍କାନାଳର ସୁନାମଧନ୍ୟ ସାରସ୍ୱତ ସାଧକ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗ୍ୟ ବିବେଚିତ ହୋଇଥିଲେ।  ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି। ତେବେ ଭୁବନେଶ୍ୱର ବ୍ରହ୍ମେସ୍ୱର ପାଟଣା ବାସିନ୍ଦା ଅନ୍ତର୍ଯ୍ୟାମୀ ମିଶ୍ର  ପଦ୍ମ ପୁରସ୍କାର ପାଇବାକୁ ସେ ହିଁ ପ୍ରକୃତ ଯୋଗ୍ୟ ବ୍ୟକ୍ତି ବୋଲି ଦାବି କରି ହାଇକୋର୍ଟରେ ମାମଲା ଦାୟର କରିଥିଲେ। 

ତେବେ ଉଭୟ ପକ୍ଷ ସମସ୍ତ ଆବଶ୍ୟକୀୟ ତଥ୍ୟ ସହିତ ବ୍ୟକ୍ତିଗତ ଭାବେ ହାଜର ହେବାଲାଗି ହାଇକୋର୍ଟ ନିର୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ଦେଖାଇ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର  ହାଜର ହୋଇ ପାରି ନ ଥିଲେ। ତେଣେ ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତେବେ ଶୁଣାଣି ପାଇଁ  ୩ ଟି ତାରିଖ ଧାର୍ଯ୍ୟ ହୋଇଥିଲେ ହେଁ, ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର କୌଣସି ଆବଶ୍ୟକୀୟ ତଥ୍ୟ କୋର୍ଟରେ ଦାଖଲ କରି ପାରି ନ ଥିଲେ।  ଯାହାକୁ ଆଧାର କରି ବୁଧବାର  ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.