ମାଲକାନଗିରି/ କାଲିମେଳା - ଗୁରୁବାର ରାତିରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥିତ ବାଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ନିକଟରେ ନିମ୍ନମାନର କାମ ଯୋଗୁଁ ମୁଖ୍ୟ କେନାଲ ଭାଙ୍ଗି ଯାଇଛି , ଫଳରେ ଅନେକ ଚାଷ ଜମି ନଷ୍ଟ ହୋଇଥିବା ଜଣାପଡିଛି।
ଚାଷୀମାନେ ଏ ସମ୍ପର୍କରେ ଏମଭି ୭୯ ଜଳସେଚନ ବିଭାଗକୁ ଜଣାଇବା ପରେ ଆଜି ସକାଳେ ବିଭାଗୀୟ ଏସଡିଓ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ବନ୍ଦ କରିବା ସହ କେନାଲ ମରାମତି ଆରମ୍ଭ କରି ଥିବାର ଜଣାପଡିଛି।