ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ୱାକଫ୍ ଆଇନ ସଂଶୋଧନ ବିରୋଧରେ କଟକରେ ବଡ଼ ଧରଣର ବିକ୍ଷୋଭ

Published By : Prameya | April 19, 2025 1:49 PM

ଭୁବନେଶ୍ଵର, ୧୯/୦୪ : ୱାକଫ୍ ଆଇନ ସଂଶୋଧନ ବିରୋଧରେ କଟକରେ ବଡ଼ ଧରଣର ବିକ୍ଷୋଭ। କଟକର ୪୦ଟି ମସଜିଦ କମିଟି ଓ ବିଭିନ୍ନ ମୋହଲ୍ଲା କମିଟିର ହଜାର ହଜାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ଲୋକ ପୁରୀଘାଟ ନିକଟରେ ଥିବା ଗାନ୍ଧୀ ଭବନରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚି ପ୍ରତିବାଦ ସଭା କରିଛନ୍ତି। 

ଭାରତୀୟ ସମ୍ବିଧାନର ମୂଳ ଢାଞ୍ଚା ଏଭଳି ଆଇନ ଦ୍ବାରା ପ୍ରଭାବିତ ହେବ ବୋଲି ଆନ୍ଦୋଳନକାରୀମାନେ ମତ ଦେଇଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁ ଓ ପୂର୍ବତନ ବିଜେଡି ନେତା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ତିନି ଆଞ୍ଚଳିକ ଦଳ ସଂଖ୍ୟାଲଘୁ ଭୋଟ ହାତେଇବା ପରେ ଓ୍ବାକଫ୍ ବିଲକୁ ସମର୍ଥନ ଦେଇ ସଂଖ୍ୟାଲଘୁ ବିରୋଧି କାମ କରିଛନ୍ତି ବୋଲି ମୁସଲିମ ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ରାସ୍ତା ମଝିରେ ଛିଣ୍ଡିଲା ଟ୍ରେଲରର ଶିଙ୍କୁଳି, ଗାଡିରୁ ଖସିଲା ଓଜନିଆ ଲୁହା ପ୍ଲେଟ୍

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.