ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି

Published By : Harapriya Sethi | April 18, 2025 10:00 AM

ଭୁବନେଶ୍ୱର, ୧୮/୦୪: ଅଚାନକ ରାଜଧାନୀରେ ବଦଳିଲା ପାଗ । ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଆକାଶରେ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଘଡ଼ଘଡ଼ି ସାଙ୍ଗକୁ ସୁ ସୁ ପବନ । ଚାରିଆଡ ଅନ୍ଧାର । ଜଳମୟ ରାସ୍ତାଘାଟ । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକରେ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା। 

ଶୁକ୍ରବାର ସକାଳୁ ପାଖା ପାଖି ୯ଟା ବେଳକୁ ଧିରେ ଧିରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହାର କିଛି ସମୟ ମଧ୍ୟରେ ଚାହୁଁଚାହୁଁ ମାଡ଼ି ଆସିଥିଲା କଳା ହାଣ୍ଡିଆ ମେଘ । ଆକାଶରେ କଳା ବାଦଲ ଖେଳିଯାଇଥିଲା । ତା ସାଙ୍ଗକୁ ଘଡ଼ଘଡ଼ି ଆଉ ବିଜୁଳି ମଧ୍ୟ ମାରିଥିଲା । ଆଉ ଏହାର କିଛି ମହୂର୍ତ୍ତ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ବର୍ଷା । ଭୀଷଣ ବର୍ଷା ସାଙ୍ଗକୁ ତୀବ୍ର ବେଗରେ ପବନ ମଧ୍ୟ ବହିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ କିଛି ସ୍ଥାନରେ ଦୋକାନ ଘର ମଧ୍ୟ ଭାଙ୍ଗି ଯାଇଥିଲା । ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିଲା ।

ତେଣୁ ଆସନ୍ତା ୨୪ ଘଣ୍ଟା ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ୍ ସିଟିରେ ଘଣ୍ଟାଏ ପାଇଁ କାଳବୈଶାଖୀ ପାଇଁ ଆଲର୍ଟ ଜାରି କରାଯାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.